Advertisment

ଡରେଇଲା ମୃତ୍ୟୁ ସଂଖ୍ୟା: ଆଖି ବୁଜିଲେ ୪୫ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ  ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି…

author-image
Minati Mishra
ଅଦ୍ୟତନ ହୋଇଛି
ଡରେଇଲା ମୃତ୍ୟୁ ସଂଖ୍ୟା:  ଆଖି ବୁଜିଲେ ୪୫ କରୋନା ରୋଗୀ

Covid 19

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ  ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜ୍ୟରେ ଆଜି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।

Advertisment

ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ରୋଗୀଙ୍କ ମୃତ୍ୟୃ ଘଟିଛି। ଏହି ଜିଲ୍ଲାରୁ ୬ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କଟକ ଓ କଳାହାଣ୍ଡିରୁ ୫ ଲେଖାଏଁ,  ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ବୌଦ୍ଧ, ଝାରସୁଗୁଡ଼ାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବରଗଡ଼, ରାୟଗଡ଼ାରୁ ୨ ଲେଖାଏଁ; ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ହୋଇଛନ୍ତି।

ସୂଚନାଥା କି, ଆଜି ୫୮୯୬  ରୋଗୀ ଚିହ୍ନଟ ହୋଇଥିବାବେଳେ  ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଓ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ଗତ ୨୪ ଘଣ୍ଟାରେ କରୋନାରୁ ମୁକ୍ତ ହୋଇଛନ୍ତି ୮୪୨୯ ଜଣ। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୮,୨୫,୧୧୦ ଛୁଇଁଥିବାବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୭,୪୭,୮୦୫। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୨୪,୧୭୨।

Advertisment

ରାଜ୍ୟରେ ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ କରୋନା ସଂକ୍ରମଣ ଆହୁରି କମିଯିବ ବୋଲି  କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା  ଅଧିକ ଅଛି ବୋଲି ସେ କହିଛନ୍ତି। 

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଟୀକାକରଣରେ ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି ।  ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି, ତାହା ବ୍ୟବହାର କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କହିଛନ୍ତି

Odisha Corona Cases Today
Advertisment
Advertisment