/odishatv-khabar/media/post_attachments/uploadimage/library/16_9/16_9_0/wuhan_1622613424.jpg)
wuhan
ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ହଜାଇ ଦେଇଛି। ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ବି ସର୍ବାଧିକ ମୃତ୍ୟୁ ଖବର ଆସିଛି ଅନୁଗୁଳ ଜିଲ୍ଲାରୁ। ଅନୁଗୁଳ ସମେତ କଟକ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଆଜି ୫ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେବଗଡ଼, ସମ୍ବଲପୁର, ନବରଙ୍ଗପୁରରୁ ୨ ଲେଖାଏଁ ଓ ବାଲେଶ୍ୱର, ଢ଼େଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ଲେଖାଏଁ ରୋଗୀ ୨୪ ଘଣ୍ଟା ମଧ୍ୟରେ ଆଖି ବୁଜିଛନ୍ତି।
ସୂଚନାଥାଉ କି, ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହାର ସ୍ଥିର ଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି।ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ କହିବା ଅନୁଯାୟୀ, ୨ ସପ୍ତାହ ତଳେ ଯେତେବେଳେ କରୋନା ପିକ୍ରେ ଥିଲା ସେତେବେଳେ ଅଧିକ ରୋଗୀ ଗୁରୁତର ଥିଲେ। ସେମାନଙ୍କର ମୃତ୍ୟୁ ଏବେ ଘଟୁଛି। ତେଣୁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ନିରୋଜ ମିଶ୍ର। ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)