Advertisment

ଦିନକରେ ଆଖି ବୁଜିଲେ ୪୩ କରୋନା ରୋଗୀ

ଭୁବନେଶ୍ୱର: କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ମୃତ୍ୟୁ ହାର ୪୦ ଉପରେ ରହିଛି। ରାଜ୍ୟରେ  ଗତକାଲି ୪୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ…

author-image
Minati Mishra
ଅଦ୍ୟତନ ହୋଇଛି
ଦିନକରେ ଆଖି ବୁଜିଲେ ୪୩ କରୋନା ରୋଗୀ

news varient

ଭୁବନେଶ୍ୱର: କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ମୃତ୍ୟୁ ହାର ୪୦ ଉପରେ ରହିଛି। ରାଜ୍ୟରେ  ଗତକାଲି ୪୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୧୨୩କୁ ବୃଦ୍ଧି ପାଇଛି।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ୪ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ୩ ଜଣ ଲେଖାଏଁ  ରୋଗୀଙ୍କ ମୃତ୍ୟୁ ଘଟିଛି।  ସେହିପରି ଗଂଜାମ, ମୟୂରଭଂଜ, ପୁରୀରୁ ୨ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ରାଜ୍ୟରେ ଅନୁଗୁଳରେ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଥିବାବେଳେ ବାଲେଶ୍ୱରରେ ୧୧୧, ବରଗଡରେ ୫୯, ବଲାଙ୍ଗିର ୬୯, ବୌଦ୍ଧ ୬୩ ଏବଂ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩କୁ ଛୁଇଁଛି।

Advertisment

ସେହିପରି ଢେଙ୍କାନାଳରେ କରୋନା ମୃତ୍ୟୁ ସଂଖ୍ୟା ୪୪, ଗଞ୍ଜାମରେ ୨୯୪, ଝାରସୁଗୁଡା ୭୯, କେନ୍ଦ୍ରାପଡ଼ା ୫୬, ଖୋର୍ଦ୍ଧା ୫୧୨, କୋରାପୁଟ ୪୪, ମୟୂରଭଞ୍ଜ ୧୦୫, ନୂଆପଡା ୬୨, ପୁରୀରେ ୧୬୨, ରାୟଗଡାରେ ୧୨୧, ସମ୍ବଲପୁରରେ ୯୬ ଓ ସୁନ୍ଦରଗଡ଼ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ଛୁଇଁଛି।

ସୂଚନାଥାଉ କି,  ଗତକାଲି ତୁଳନାରେ ଆଜି ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨ । ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮,୩୧,୧୨୯ ଛୁଇଁଛି। ସେହିପରି ୭,୫୬,୬୪୧ ଜଣ କରୋନା ମୁକ୍ତ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ଅଛି ୭୧,୩୧୨।

Odisha Corona Cases Today
Advertisment
Advertisment