Advertisment

ସ୍କୁଲ ପାଲଟିଛି ସଂସଦ : ପ୍ରତିବର୍ଷ ବଛାଯାଉଛନ୍ତି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ

ମାଲକାନଗିରି(ଜିତେନ୍ଦ୍ର ବେଉରା)  : ସ୍କୁଲରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସହ କାମ କରିବାକୁ ରହିଛି ମନ୍ତ୍ରୀ ମଣ୍ଡଳ। ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ବିଭାଗର ମନ୍ତ୍ରୀଙ୍କୁ ନେଇ ପ୍ରତିମାସରେ ବସେ ବୈଠକ । ଏକୌଣସି କାହାଣୀ ନୁହେଁ ମାଲକାନଗିରିର ଅପହଞ୍ଚ କସ୍ତୁରବା ଗାନ୍ଧି ସ୍କୁଲରେ କରାଯାଇଛି ଏପରି ନିଆରା ବ୍ୟବସ୍ଥା । ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଗଠନ ହୋଇଛି ମନ୍ତ୍ରୀ ପରିଷଦ । ବିଭିନ୍ନ ବିଭାଗରେ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ […]

author-image
Pradesh Pratyush
ସ୍କୁଲ ପାଲଟିଛି ସଂସଦ : ପ୍ରତିବର୍ଷ ବଛାଯାଉଛନ୍ତି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ

school saand

ମାଲକାନଗିରି(ଜିତେନ୍ଦ୍ର ବେଉରା)  : ସ୍କୁଲରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସହ କାମ କରିବାକୁ ରହିଛି ମନ୍ତ୍ରୀ ମଣ୍ଡଳ। ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ବିଭାଗର ମନ୍ତ୍ରୀଙ୍କୁ ନେଇ ପ୍ରତିମାସରେ ବସେ ବୈଠକ । ଏକୌଣସି କାହାଣୀ ନୁହେଁ ମାଲକାନଗିରିର ଅପହଞ୍ଚ କସ୍ତୁରବା ଗାନ୍ଧି ସ୍କୁଲରେ କରାଯାଇଛି ଏପରି ନିଆରା ବ୍ୟବସ୍ଥା ।

Advertisment

publive-imageସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଗଠନ ହୋଇଛି ମନ୍ତ୍ରୀ ପରିଷଦ । ବିଭିନ୍ନ ବିଭାଗରେ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ମାନେ ଚୟନ କରନ୍ତି ପ୍ରଧାନମନ୍ତ୍ରୀ । ସ୍କୁଲରେ ହେଉଥିବା ଶିକ୍ଷା ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ, ପରିବେଶ, ଆନୁସଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାନ୍ତି । ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗକୁ ଶୁଣିବା ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାନ୍ତି।

ପ୍ରତିବର୍ଷ ଏପରି ଭାବେ ଗଠନ ହୋଇଥାଏ ମନ୍ତ୍ରୀ ମଣ୍ଡଳ। ଛାତ୍ର ଛାତ୍ରୀଙ୍କୁ ଏଭଳି ନିଆରା ଢଙ୍ଗରେ ପାଠ ପଢ଼ାଯାଇଥାଏ । ସ୍କୁଲକୁ ବି ପାର୍ଲାମେଣ୍ଟ ଭଳି ଅଙ୍କା ଯାଇଛି । ଯାହାଦ୍ୱାରା ପିଲାଙ୍କ ସାମାଜିକ ଜ୍ଞାନ ବଢ଼ିବା ସହ ଦକ୍ଷତା ବିକାଶ ଲକ୍ଷ୍ୟରେ ଏପରି ବ୍ୟବସ୍ଥା କରାଯାଇଛି।

Advertisment
Advertisment
Advertisment