Advertisment

'ମନ୍ତ୍ରୀଙ୍କ ନାଁ କହିଦେବା ଭୟରେ ପ୍ରଫୁଲ୍ଲକୁ ହତ୍ୟା କରାଯାଇଛି'

ଭୁବନେଶ୍ୱର: ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ଖିନ୍‌ଭିନ୍‌ ହୋଇଯାଇଛି। ରକ୍ତରଂଜିତ ଅବସ୍ଥାରେ ଚେହେରା ବାରି ହେଉଛି ନା ସାରା ଶରୀରକୁ ଜାଣିହେଉଛି।  କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ଗତରାତିରେ ଏଭଳି ଅବସ୍ଥାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବାଇକ୍ ସହ […]

'ମନ୍ତ୍ରୀଙ୍କ ନାଁ କହିଦେବା ଭୟରେ ପ୍ରଫୁଲ୍ଲକୁ ହତ୍ୟା କରାଯାଇଛି'

accident

Advertisment

ଭୁବନେଶ୍ୱର: ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ଖିନ୍‌ଭିନ୍‌ ହୋଇଯାଇଛି। ରକ୍ତରଂଜିତ ଅବସ୍ଥାରେ ଚେହେରା ବାରି ହେଉଛି ନା ସାରା ଶରୀରକୁ ଜାଣିହେଉଛି।  କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ଗତରାତିରେ ଏଭଳି ଅବସ୍ଥାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା

Advertisment

ଘଟଣାସ୍ଥଳରୁ ବାଇକ୍ ସହ ଏକ ବ୍ୟାଗ୍ ଏବଂ ମୋବାଇଲ୍ ମିଳିଥିଲା। ହେଲେ କେମିତି ହେଲା ମୃତ୍ୟୁ ? ହତ୍ୟା ନା ଆକସ୍ମିକ ଦୁର୍ଘଟଣା ? ଏଯାଏଁ ଥଳକୂଳ ପୋଲିସ ପାଉନି। କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଖସିଯାଇଛି ବୋଲି ପୋଲିସ୍ ଆଶଙ୍କା କରୁଛି। ସେପଟେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ରାତି ୯ଟାରୁ ୯.୩୦ ମଧ୍ୟରେ ଟୋଲ୍ ଗେଟ୍ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାସ୍ଥଳରୁ ମୃତଦେହକୁ ଏସ୍‌ସିବି ଅଣାଯାଇଥିଲା।
-ପଦାରବିନ୍ଦ ତ୍ରିପାଠୀ, ଆଇଆଇସି, ଟାଙ୍ଗୀ ଥାନା
Advertisment
ମୋ ପୁଅକୁ ସେଇ ପାଗଳ ବରାଳ ପୁଅ ମାରିଛି। ମୋ ପୁଅ ନିର୍ଦ୍ଦୋଷ। ମିଛ କେସ୍‌ରେ ଫସେଇକି ମାରିଛନ୍ତି।  
-ଡଲି ବିଶ୍ୱାଳ, ମୃତ ପ୍ରଫୁଲ୍ଲଙ୍କ ମାଆ

ଜାନୁୟାରୀ ୧, ୨୦୨୧ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରାୟ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ଆସିବା ସହ ଏତଲା ଦିଆଯାଇଥିଲା। ସେଦିନଠୁ ପ୍ରଫୁଲ୍ଲ ବିଶ୍ୱାଳ ଧରାପଡ଼ିନଥିଲା।

Advertisment

କେବଳ ଏହି ଗୋଟିଏ ଘଟଣା ନୁହେଁ, ୨୦୧୮ରେ ବିଜେପି କର୍ମୀ ବିକାଶ ଜେନା ହତ୍ୟା ମାମଲାରେ ବି ପ୍ରଫୁଲ୍ଲର ନାଁ ଉଠିଥିଲା। ଏସବୁ ଭିତରେ ଏକାଧିକ ବିଜେଡି ନେତା ଏବଂ ଖାସ୍‌କରି ଆଇନ୍‌ମନ୍ତ୍ରୀଙ୍କ ସହ କିଛି ଫଟୋ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ରାଜନୈତିକ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ ସୁରକ୍ଷା ଦେଉଥିବା ନେଇ କେବେ ଡିଜିପି ଅଫିସ ତ ଆଉ କେବେ ଥାନାଠୁ ଏସ୍‌ପି ଅଫିସ ଯାଏଁ ହଙ୍ଗାମା କରି ଆଇନମନ୍ତ୍ରୀଙ୍କ ଇସ୍ତଫା ବିଜେପି ଦାବି କରିଥିଲା। ଏହି ମାମଲାରେ ମଧ୍ୟ ଆଇନମନ୍ତ୍ରୀ ଅନ୍ୟତମ ଅଭିଯୁକ୍ତ।

ପ୍ରଫୁଲ୍ଲର ମୃତ୍ୟୁ ପଛରେ ବି ସିଧାସଳଖ ମାହାଙ୍ଗା ବିଧାୟକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଂପୃକ୍ତି କଥା ବିଜେପି କହିଛି। ଅଭିଯୁକ୍ତର ମୃତଦେହ ବିଧାୟକଙ୍କ ପରିବାର ମାଲିକାନାରେ ଥିବା ଟ୍ରାନ୍ସପୋର୍ଟ ଅଫିସ ନିକଟରୁ ମିଳିଛି। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, ତେଣୁ ତଥ୍ୟ ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି। କଂଗ୍ରେସ ବି ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛି।

ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକରୁ ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, କାଳେ କିଛି ପ୍ରଘଟ ହୋଇଯିବ, ସେଇ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି। କିଛି ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
-ପ୍ରକାଶ ବେହେରା, ବିଜେପି ଜିଲ୍ଲା ସଭାପତି, କଟକ
ମନ୍ତ୍ରୀଙ୍କ ଏଥିରେ ସମ୍ପୃକ୍ତି ରହିଛି। କୁଳମଣି ବରାଳକୁ ହଟେଇବା ପାଇଁ ଦୀର୍ଘ ଦିନ ଧରି ପ୍ରଫୁଲ୍ଲ ବିଶ୍ୱାଳକୁ ବ୍ୟବହାର କରୁଥିଲେ। କୁଳମଣିକୁ ହତ୍ୟା କରିସାରିବା ପରେ କାଳେ ମନ୍ତ୍ରୀଙ୍କ ନାଁ କହିଦେବ, ସେଥିପାଇଁ ତାକୁ ବି ହଟାଇ ଦିଆଗଲା।
-ଦେବେନ୍ଦ୍ର ସାହୁ, କଂଗ୍ରେସ ନେତା

ତେବେ ଏନେଇ ଆଇନମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଏବେ ଅପେକ୍ଷା, ରାଜନୈତିକ ପୃଷ୍ଠଭୂମି ଉପରେ ସଂଘଟିତ ଅପରାଧ ଭିତରେ ପ୍ରଫୁଲ୍ଲ ବିଶ୍ୱାଳର ରହସ୍ୟଜନକ ମୃତ୍ୟୁ ମାମଲା ଆଗକୁ କେଉଁ ଦିଗକୁ ଯାଉଛି।

ରିପୋର୍ଟ: ପ୍ରଭାତ ବିଶୋୟୀ, ପ୍ରକାଶ ନାୟକ ଏବଂ ମନୋଜ ଆଚାର୍ଯ୍ୟ
Mahanga Double Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ