/odishatv-khabar/media/post_attachments/uploadimage/library/16_9/16_9_0/nilagiri-12_1626758703.jpg)
nilagiri
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ ତଥା ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ସହ ରାଜ୍ୟ ନେତୃତ୍ୱଙ୍କ ପାଖରେ ଫେରାଦ ହେବେ ବୋଲି କହିଛନ୍ତି।
Advertisment
ଗତକାଲି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏଥିରେ ନୀଳଗିରି ରାଜ ପରିବାରର ମନୋଜାମଞ୍ଜରୀ ଦେବୀଙ୍କୁ ଦଳ ଟିକେଟ୍ ଦେଇଥିଲା। ଟିକେଟ୍ ପାଇବା ପରେ ମନୋଜ ମଞ୍ଜରୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଚିତ୍ତରଞ୍ଜନ ତାଙ୍କୁ ସମର୍ଥନ କରୁଛନ୍ତି ଓ ନିର୍ବାଚନରେ ସହଯୋଗ କରିବେ। ହେଲେ ଚିତ୍ତରଞ୍ଜନଙ୍କ ସମର୍ଥକ ମନୋଜାଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)