/odishatv-khabar/media/post_attachments/uploadimage/library/16_9/16_9_0/ONION_1626686428.jpg)
ONION
ଭୁବନେଶ୍ୱର: କାନ୍ଧରେ ଗାମୁଛା, ପାଖରେ ଠେଲା ଗାଡ଼ି ଓ ଏହା ଉପରେ ରଖା ହୋଇଛି ଗଦାଗଦା ପିଆଜ। ଆଉ ଲୋକଙ୍କୁ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି କଂଗ୍ରେସ କର୍ମୀ। ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ପିଆଜ ଦର ବୃଦ୍ଧି ନେଇ ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ଏଭଳି ଅଭିନବ ପ୍ରତିବାଦ କରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଏହି ପିଆଜ ବିକ୍ରି ହୋଇଛି। ପିଆଜ କିଲୋ ପ୍ରତି ୧୦୦ ଟଙ୍କା ଛୁଇଁ ଥିବାବେଳେ କଂଗ୍ରେସ ଏହାକୁ ୪୦ ଟଙ୍କାରେ ଲୋକଙ୍କୁ ବିକ୍ରି କରିଛି।
ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ‘ମାସେ ହେଲା ଆମେ କିଲୋ ପ୍ରତି ୧୦୦ ଟଙ୍କା ଦେଇ ପିଆଜ ଖାଉଛୁ, ଆଜି ରିହାତି ଦରରେ ମିଳିଲା। ୫୦୦ ଗ୍ରାମ୍କୁ ୮ ଦିନ ଧରି ଛୁଆ ଖାଇବେ।’
ସେପଟେ ‘କିଲୋ ୪୦..କିଲୋ ୪୦, ଅଢ଼େଇ ଶହ ୧୦ଟଙ୍କା। ରୋଷେଇ କର.. ରୋଷେଇ କର…କିଲୋ ୪୦…’ ମାଇକ୍ ଧରି ଜଣେ କଂଗ୍ରେସ କର୍ମୀ ଏଭଳି କହୁଥିବା ଦେଖିବାକୁ ମିଳିଥିଲା।
କେନ୍ଦ୍ର ଓ ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ଏହି ଘଟଣାକୁ ନେଇ ଆଜି ଏହାର ପ୍ରତିବାଦ କରିଛି କଂଗ୍ରେସ। ଏହି ଅବସରରେ ଦେଶରେ ପ୍ରତିଶ୍ରୁତି ଓ ପ୍ରଚାରର ସରକାର ଚାଲିଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ #Odishapic.twitter.com/c4wddONXgZ
— ଓଟିଭି (@otvkhabar) December 2, 2019
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)