Advertisment

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ଭୁବନେଶ୍ୱର: କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି, ତାର ତଥ୍ୟକୁ ସାର୍ବଜନୀନ କରାଯାଉ। ତା ସହିତ ସବୁ କରୋନା ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଉ ବୋଲି ସେ ଦାବି  କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦୂରତାକୁ ଦେଖି ଜୟପୁରରୁ ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉ। କୋରାପୁଟ SLN ମେଡିକାଲ କଲେଜକୁ କୋଭିଡ୍ […]

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

coronavirus

Advertisment

ଭୁବନେଶ୍ୱର: କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି, ତାର ତଥ୍ୟକୁ ସାର୍ବଜନୀନ କରାଯାଉ। ତା ସହିତ ସବୁ କରୋନା ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଉ ବୋଲି ସେ ଦାବି  କରିଛନ୍ତି।

Advertisment

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦୂରତାକୁ ଦେଖି ଜୟପୁରରୁ ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉ। କୋରାପୁଟ SLN ମେଡିକାଲ କଲେଜକୁ କୋଭିଡ୍ ହସ୍ପିଟାଲ କରାଯାଉ ବୋଲି ଉଲ୍ଲାକା କହିଛନ୍ତି।

ତା ସହିତ କୋରାପୁଟବାସୀଙ୍କ ପାଇଁ ବିଶାଖାପାଟଣାରେ ଏକ କୋଭିଡ୍ ହସ୍ପିଟାଲ କରାଯାଉ ବୋଲି ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି କଂଗ୍ରେସ ସାଂସଦ।

Advertisment

ସେପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୨୪୭କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୧୨ ଜଣଙ୍କର ମୃତ୍ୟ ହୋଇଛି। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ବୟସ ୫୨, ୫୦ ଓ ୬୨ ବର୍ଷ  ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଜୀବନ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ