/odishatv-khabar/media/post_attachments/uploadimage/library/16_9/16_9_0/sur-routray_1625213118.jpg)
sur-routray
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗତ ୬ ମାସ ଧରି ଘରେ ଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ସବୁ ବନ୍ଦ ଥିଲା। ହେଲେ ଉପନିର୍ବାଚନ ଥିବାରୁ ପୁରୀ ଗଲେ ମୁଖ୍ୟମନ୍ତ୍ରୀ। ପଲିଟିକାଲ୍ ମାଇଲେଜ୍ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି କରିଥିବା ସୁର ଅଭିଯୋଗ କରିଛନ୍ତି।
Advertisment
ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ଦୃଷ୍ଟିରେ ରଖି ନବୀନ ପୁରୀ ଯାଇଥିଲେ। ଗତ ୧୫ ବର୍ଷ ହେବ ତିର୍ତ୍ତୋଲ ଓ ବାଲେଶ୍ୱରର ଉନ୍ନତିମୂଳକ କାର୍ଯ୍ୟ ହୋଇନି। କେବଳ କଂଗ୍ରେସ ଅମଳରେ ଯାହା ବିକାଶ ହୋଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଏଥର ନିର୍ବାଚନ ଲଢ଼ିବ ବୋଲି ସୁର କହିଛନ୍ତି। ସେପଟେ ସୁରଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)