/odishatv-khabar/media/post_attachments/uploadimage/library/16_9/16_9_0/SURA-SON_1626688958.jpg)
SURA SON
ଭୁବନେଶ୍ୱର : ରାଜନୀତି ମଇଦାନକୁ ଓହ୍ଲାଇବେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ଏନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି ମନ୍ମଥ ରାଉତରାୟ। ବାପା ସୁର କହିଛନ୍ତି ଯେ, ମନ୍ମଥ ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି। ଭୁବନେଶ୍ୱର ଓ ଜଟଣୀରେ ରହି ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ। ମୋ ଠାରୁ ମନ୍ମଥ ବେଶୀ ଲୋକଙ୍କ କଥା ବୁଝିବେ ବୋଲି ସୁର କହିଛନ୍ତି।
ବଡ଼ପୁଅ ସିଦ୍ଧାର୍ଥ ବହୁ ଦୂରରେ। ମନ୍ମଥ ଏଠି ଅଛି, ପୂର୍ବରୁ ରାଜନୀତି କଥା ବୁଝିଛି। ତେଣୁ ମନ୍ମଥ ରାଜନୀତି କରିବ କହିଲେ ବିଧାୟକ ସୁର ରାଉତରାୟ। ପୂର୍ବରୁ ରାଜନୀତି ପାଇଁ ପ୍ରସ୍ତୁତ ବୋଲି ସୁରଙ୍କ ବଡ଼ପୁଅ OTVକୁ ସୂଚନା ଦେଇଛନ୍ତି।
ସେ କହିଥିଲେ ଯେ, ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)