Advertisment

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ୧୦ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାର ୩୪୮ଟି ପ୍ଲଟ ବା ୭୦୦ ଏକର ଜମିକୁ ଗୋଟିଏ ପରିବାର ନାଁରେ ପଟ୍ଟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଦୀପ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ଜାଲ୍ କାଗଜପତ୍ର, ମିଛ ମେଡିକାଲ୍ ସାର୍ଟିଫିକେଟ ବ୍ୟବହାର କରି ଚଞ୍ଚକତା କରି ଜମିଗୁଡ଼ିକର ମାଲିକାନା ବଦଳାଯାଇଛି। କଟକର ସୁଶୀଲ […]

undefined

pradeep majhi

Advertisment

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ୧୦ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାର ୩୪୮ଟି ପ୍ଲଟ ବା ୭୦୦ ଏକର ଜମିକୁ ଗୋଟିଏ ପରିବାର ନାଁରେ ପଟ୍ଟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଦୀପ ।

Advertisment

ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ଜାଲ୍ କାଗଜପତ୍ର, ମିଛ ମେଡିକାଲ୍ ସାର୍ଟିଫିକେଟ ବ୍ୟବହାର କରି ଚଞ୍ଚକତା କରି ଜମିଗୁଡ଼ିକର ମାଲିକାନା ବଦଳାଯାଇଛି। କଟକର ସୁଶୀଲ ଅଗ୍ରଓ୍ୱାଲଙ୍କ  ପରିବାର ନାଁରେ କରାଯାଇଥିବା ପ୍ରଦୀପ କହିଛନ୍ତି। ଏହାସହ ଅନୁଗୁଳର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍‌ଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ।

ଜିଲ୍ଲାପାଳ ଥିବାବେଳେ ଅରବିନ୍ଦ ଏହି ଜାଲ୍ କାଗଜପତ୍ରରେ ଦସ୍ତଖତ କରିଥିବାରୁ ସେ ବି ଏ ଜମି ହଡ଼ପରେ ସଂପୃକ୍ତ ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲାପାଳ ଥିବାବେଳେ ଅରବିନ୍ଦ ଓ ସୁଶୀଲଙ୍କ ବିରୋଧରେ କିଟ୍ କିଣାରେ ହେରଫେର ଅଭିଯୋଗ ଆସିଥିଲା। ଏନେଇ ରାଜସ୍ୱା ମନ୍ତ୍ରୀ ଉତ୍ତର ରଖିବାକୁ କଂଗ୍ରେସ ଦାବି କରିଛି। ଏନେଇ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରଓ୍ୱାଲ ଓ କଟକର ସୁଶୀଲ ଅଗ୍ରଓ୍ୱାଲଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ