/odishatv-khabar/media/post_attachments/uploadimage/library/16_9/16_9_0/congress-12-3_1626759204.jpg)
congress
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥିୀ ନରସିଂହ ମିଶ୍ର ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି। ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ନରସିଂହ ଫୁଲ୍ ଦମ୍ରେ ଲାଗି ପଡ଼ିଛନ୍ତି।
Advertisment
ଗତକାଲି ଅପରାହ୍ନରେ ନାମାଙ୍କନପତ୍ର ଦାଖଲ ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଦଳ କ୍ଷମତାକୁ ଆସିଲେ କ’ଣ କରିବ, ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାତି ୮ଟାରେ ବାପ, ପୁଅ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ।
ଏଥର ନରସିଂହଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ମଧ୍ୟ ବଲାଙ୍ଗିର ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି। ବିକ୍ରମ ଛକ ଠାରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଚାଲି ଚାଲି ପ୍ରଚାର କରିଥିଲେ। ଏହି ପ୍ରଚାର ସମୟରେ ପିସିସିର କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂଦେଓ ମଧ୍ୟ ସାମିଲ ହୋଇଥିଲେ।
Advertisment
ପଦଯାତ୍ରା ବେଳେ ରାସ୍ତାକଡ଼ରେ ଥିବା ଦୋକାନୀମାନଙ୍କ ସହ ଆଲୋଚନା କରିଥିଲେ। ଚା’ ଦୋକାନରେ ନରସିଂହ ଏବଂ ଅନ୍ୟ ନେତାମାନେ ଚା’ ମଧ୍ୟ ପିଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)