Advertisment

କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: କଳାହାଣ୍ଡିରୁ ଭକ୍ତ, ସୁନ୍ଦରଗଡ଼ରୁ ଜର୍ଜ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ […]

author-image
Jyotsnamayee Pradhan
କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: କଳାହାଣ୍ଡିରୁ ଭକ୍ତ, ସୁନ୍ଦରଗଡ଼ରୁ ଜର୍ଜ

Congress-Bhavan

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଟିକେଟ୍ ମିଳିଛି। ସେହିପରି କନ୍ଧମାଳରୁ ମନୋଜ ଆଚାର୍ଯ୍ୟ ଓ ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର ନାଇଡ଼ୁ ହେବେ କଂଗ୍ରେସ ପ୍ରାର୍ଥୀ।

Advertisment

ଏବେ ଆସନ୍ତୁ ନଜର ପକାଇବା ରାଜ୍ୟର ୩୬ ବିଧାନସଭା ଆସନ ପାଇଁ କାହାକୁ ମିଳିଛି କଂଗ୍ରେସ୍ ଟିକଟ୍।

ପଦମ୍‌ପୁରରୁ ସତ୍ୟଭୂଷଣ ସାହୁ ଓ ବରଗଡ଼ ବିଧାନସଭା ଆସନରୁ ନିପନ ଦାସଙ୍କୁ ମିଳିଛି କଂଗ୍ରେସ୍ ଟିକଟ୍।  ଅତାବିରାରୁ ନିହାର ମହାନନ୍ଦ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କି, ରାଜଗାଙ୍ଗପୁରରୁ ଡକ୍ଟର ସି.ଏସ୍. ରାଜନ ଓ ବୀରମହାରାଜପୁରରୁ ବିନୋଦ କୁମାର ପାତ୍ର ହେବେ କଂଗ୍ରେସ୍ ପ୍ରାର୍ଥୀ।

Advertisment

ବଲାଙ୍ଗିର ବିଧାନସଭା ଆସନରୁ ପୁଣି ଥରେ ପ୍ରାର୍ଥୀ ହେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନୂଆପଡ଼ାରୁ ଘାସିରାମ ମାଝୀ, ଖରିଆରରୁ ଅଧିରାଜ ପାଣିଗ୍ରାହୀ ଓ ଝରିଗାଁରୁ ଉଲଧର ମାଝୀ ନିର୍ବାଚନ ଲଢ଼ିବେ। ନବରଙ୍ଗପୁରରୁ ସଦନ ନାୟକ, ଡାବୁଗାଁରୁ ଭୂଜବଳ ମାଝୀ , ଲାଞ୍ଜିଗଡ଼ରୁ ଶିବାଜୀ ମାଝୀ ଓ ଧର୍ମଗଡ଼ରୁ ଦିଗମ୍ବର ଦୁରିଆ ନିର୍ବାଚନ ମୈଦାନକୁ ଓହ୍ଲାଇବେ।

ବାଲିଗୁଡ଼ାରୁ ସିମନ ମଲ୍ଲିକ, ଫୁଲବାଣୀରୁ କିଶୋର ଚନ୍ଦ୍ର କହଁର, କଣ୍ଟାମାଳରୁ ପ୍ରଶାନ୍ତ ସାହୁ ଓ ଦଶପଲ୍ଲାରୁ ପ୍ରଶାନ୍ତ କୁମାର ନାୟକଙ୍କୁ କଂଗ୍ରେସ୍ ଟିକଟ୍ ମିଳିଛି। ଭଞ୍ଜନଗରରୁ ସଞ୍ଜୟ କୁମାର ତ୍ରିପାଠୀ, ପୋଲସରାରୁ ହରି ଚରଣ ସ୍ୱାଇଁ, କବିସୂର୍ଯ୍ୟନଗରରୁ ବିଜୟ କୁମାର ସାହୁ ଓ ଆସିକାରୁ ମନୋଜ କୁମାର ଜେନା ପ୍ରାର୍ଥୀ ହେବେ।

ସାନଖେମୁଣ୍ଡିରୁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା, ହିଞ୍ଜିଳିରୁ ରାମକୃଷ୍ଣ ପଣ୍ଡା, ଗୋପାଳପୁରରୁ ଏସ୍. ଧର୍ମରାଜ ରେଡ୍ଡୀ ଓ ବ୍ରହ୍ମପୁରରୁ ଲିଙ୍ଗରାଜ ଚୌଧୁରୀ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ର, ଚିକିଟିରୁ ସୁବାସ ଚନ୍ଦ୍ର ରାଉତ, ମୋହନାରୁ ଡକ୍ଟର ଦାଶରଥୀ ଗମାଙ୍ଗ, ଗୁଣପୁରରୁ ପୁରୁଷୋତ୍ତମ ଗମାଙ୍ଗ ନିର୍ବାଚନ ଲଢ଼ିବେ।

ବିଷମକଟକରୁ ନୀଳମାଧବ ହିକ୍‌କା, ଜୟପୁରରୁ ବର୍ତ୍ତମାନର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ନିର୍ବାଚନ ଲଢିବେ। ସେହିପରି କୋରାପୁଟ ବିଧାନସଭା ଆସନରୁ କୃଷ୍ଣଚନ୍ଦ୍ର କୁଲଦୀପ, ପଟାଙ୍ଗୀରୁ ରାମଚନ୍ଦ୍ର କାଡାମ, ମାଲକାନଗିରିରୁ ମାଲା ମାଢୀ ଓ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ ପ୍ରାର୍ଥୀ ହେବେ।

Advertisment
Advertisment