Advertisment

ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ସେବା ଯୋଗାଇଦେଲା ପୋଲିସ୍‌

ଭୁବନେଶ୍ୱର: ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ୍ ପୋଲିସ ଯୋଗାଇ ଦେଲା ଗ୍ରୀନ୍ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ଣ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ସେବା ଯୋଗାଇଦେଲା ପୋଲିସ୍‌

h

ଭୁବନେଶ୍ୱର: ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ୍ ପୋଲିସ ଯୋଗାଇ ଦେଲା ଗ୍ରୀନ୍ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ।

Advertisment

ଆଜି ଅପରାହ୍ଣ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। ଏଥିପାଇଁ ଆପୋଲୋ ହସ୍ପିଟାଲରୁ ବିମାନ ବନ୍ଦର ଯାଏଁ ରାସ୍ତାକୁ ସଂପୂର୍ଣ୍ଣ ଗ୍ରୀନ୍ କରିଡର କରାଯାଇଥିଲା। ଭୁବନେଶ୍ୱର ଟ୍ରାଫିକ ଡିସିପି ଏହି ଗୁରୁତର ରୋଗୀଙ୍କ ଗ୍ରୀନ୍ କରିଡର ବ୍ୟବସ୍ଥା କରିଥିବାରୁ ତାଙ୍କ ଉଦ୍ୟମକୁ ପୋଲିସ କମିଶନର ପ୍ରଶଂସା କରିଛନ୍ତି।

Advertisment
Advertisment