Advertisment

ଭାଲିନା ଭାଲେଣ୍ଟିନାଙ୍କୁ ଫସାଇ ଦେଲା ହାଇପ୍ରୋଫାଇଲ୍ ଠକ

ଭୁବନେଶ୍ୱର : କମିଶନରେଟ ପୁଲିସ କବଜାରେ ମହାଠକ। ନକଲି ପରିଚୟ ଦେଇ ଜାତୀୟ ସ୍ତରର ଖେଳାଳି, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କୁ ଲଗାଇଥିଲେ ଚୁନ।  ଏବେ ପୁଲିସ କବଜାରେ ଠକ ଧୁରନ୍ଧର ଧରାପଡିବାପରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜନିଷ ପୁଲିସ ଜବତ କରିଛି । ସେପଟେ ଚୋରା ଦାମୀ ଫୋନକୁ କମ୍‌ ଦାମରେ କିଣି ଖେଳାଳି ହଟହଟା ହୋଇଛନ୍ତି। ଏହି ମହାଠକ ଜଣକ ନାଁ ସୌମ୍ୟଜିତ ତ୍ରିପାଠୀ । ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଂଜିନିୟର । ହେଲେ ପେଶା […]

author-image
Pradesh Pratyush
ଭାଲିନା ଭାଲେଣ୍ଟିନାଙ୍କୁ ଫସାଇ ଦେଲା ହାଇପ୍ରୋଫାଇଲ୍ ଠକ

chiter

ଭୁବନେଶ୍ୱର : କମିଶନରେଟ ପୁଲିସ କବଜାରେ ମହାଠକ। ନକଲି ପରିଚୟ ଦେଇ ଜାତୀୟ ସ୍ତରର ଖେଳାଳି, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କୁ ଲଗାଇଥିଲେ ଚୁନ।  ଏବେ ପୁଲିସ କବଜାରେ ଠକ ଧୁରନ୍ଧର ଧରାପଡିବାପରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜନିଷ ପୁଲିସ ଜବତ କରିଛି । ସେପଟେ ଚୋରା ଦାମୀ ଫୋନକୁ କମ୍‌ ଦାମରେ କିଣି ଖେଳାଳି ହଟହଟା ହୋଇଛନ୍ତି।

Advertisment

publive-imageଏହି ମହାଠକ ଜଣକ ନାଁ ସୌମ୍ୟଜିତ ତ୍ରିପାଠୀ । ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଂଜିନିୟର । ହେଲେ ପେଶା ଠକିବା  । ଭିଜିଟିଂ କାର୍ଡରେ କେତେବେଳେ ନିଜକୁ ଗୁଗୁଲର ଓଡିଶା ଇନ୍‌ଚାର୍ଜ କହୁଥିଲେତ ଆଉ କେତେବେଳେ ଡିଆରଡିଓ ଅଧିକାରୀ। ପୁଣି କେତେବେଳେ କମର୍ସିଆଲ ସେଲଟାକ୍ସ ଅଧିକାରୀ । ସୌମ୍ୟଜିତ୍‌ ଧରାପଡିବାପରେ ମହା ଠକେଇର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମନାକୁ ଆସିଛି। ସର୍ବଭାରତୀୟ କରାଟେକା ଭାଲିନା ଭାଲେଣ୍ଟିନା ସୌମ୍ୟଜିତଙ୍କ ଠକାମିର ଶିକାର ହୋଇ ହଟହଟା ହୋଇଛନ୍ତି।

publive-image ୭୨ ହଜାର ଟଙ୍କାର ଦାମୀ ଫୋନକୁ ୧୦ହଜାର ଟଙ୍କା କମରେ ଭାଲେଣ୍ଟିନା କିଣି ନାକେଦମ ହୋଇଛନ୍ତି । ବ୍ୟବହୃତ ଫୋନଟି  ଚୋରା ଫୋନ ବୋଲି ସ୍ପେଶାଲ ସ୍କାର୍ଡ ଜଣାଇବା ପରେ କରାଟେକା ଭାଲେଣ୍ଟିନା ନିଜେ ଆସି ଫୋନଟିକୁ ସ୍କାର୍ଡ ପାଖରେ ଡିପୋଜିଟ କରିଛନ୍ତି। ୩ଲକ୍ଷ ଟଙ୍କା ନଫେରାଇ ଦାମୀ ଫୋନକୁ ଅଫର୍ ଜରିଆରେ   ଦେବ କହି ଭାଲେଣ୍ଟିନାକୁ ଫସାଇ ଥିଲା ସୌମ୍ୟଜିତ୍ ।

Advertisment

ଖାଲି ଏ ନୁହନ୍ତି ଏହି ମହା ଠକର ଶିକାର ବହୁ ସରକାରୀ ବାବୁ ଓ ବ୍ୟବସାୟୀ ମଧ୍ୟ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ,ସୌମ୍ୟଜିତ ନିଜ ଫୋନ ଟ୍ରୁକଲରେ ବାପାଙ୍କ ନା ବ୍ୟବହାର କରିବାସହ ନିଜକୁ କମର୍ସିଆଲ ଟାକ୍ସ ଅଫିସରର ପରିଚୟ ଦେଉଥିଲେ। ନିଜେ ଫୋନ କରି ଦାମୀଦାମୀ ମୋବାଇଲ୍ ଲାପଟପ୍ ବୁକ୍ କରିବା ପରେ ସେ ହିଁ ଅଫିସ ଷ୍ଟାଫ କହି ଜିନିଷ ଆଣୁଥିଲେ । ଏହାପରେ ହୋଇଯାଉଥିଲେ ଗାୟବ । ଘଟଣା ପରେ ପୁଲିସ ତାଙ୍କଠାରୁ ୧୦ ଲକ୍ଷ ଟଙ୍କାର  ଦାମୀ ଫୋନ, ଲାପଟପ ଜବତ କରିଛି । ଏହାସହ ବିଭିନ୍ନ ଥାନାରେ ତାଙ୍କ ନାଁରେ ତିନିଟି ମାମଲା ଥିବା ଜଣାପଡିଛି।

ଠକ ଧୁରନ୍ଧର ସୌମ୍ୟଜିତଙ୍କ କାରନାମାକୁ ନେଇ ପୁଲିସ୍ ବି ତାଜୁବ। ଲୋଭରେ ପଡି ଦାମୀ ଫୋନ ଓ ଲାପଟପ କମ୍‌ଦାମରେ କିଣି ଲୋକେ ହଟହଟା । ଏପଟେ ସୌମ୍ୟଜିତଙ୍କ ଭଳି ହାଇଟେକ୍‌ ଠକ ହେଉଥିଲେ ମାଲାମାଲ୍।

Advertisment
Advertisment