/odishatv-khabar/media/post_attachments/uploadimage/library/16_9/16_9_0/bhdrak_1626694283.jpg)
bhdrak
ଭଦ୍ରକ: ବାତ୍ୟା ‘‘ଅମ୍ପନ’ ଆସନ୍ତା ୨୦ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସମୁଦ୍ର ନିକଟବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସମୁଦ୍ର ଉପକୂଳ ଠାରୁ ୩ କିଲୋମିଟର ଦୂରରେ ରହିଥିବା ଗାଁ ଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଦୁଇଟି ବ୍ଲକର୨୨ଟି ପଞ୍ଚାୟତର ୯୧ ଟି ଗାଁ ବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା ରହିଛି।
ସେହିପରି ବାସୁଦେବପୁରର ୧୪ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବି ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହି ସବୁ ଅଞ୍ଚଳ ଲାଗି ୩ଜଣ ବରିଷ୍ଠ ଅଫିସର ନିୟୋଜିତ ହୋଇଛନ୍ତି। ସ୍ୱତନ୍ତ୍ର ଭାବେ ଧାମରା ପାଇଁ ଜଣେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପାଇଁ ଜଣେ ଲେଖାଏଁ ଅଫିସର ନିୟୋଜିତ ହୋଇଛନ୍ତି।
ବାତ୍ୟାଆଶ୍ରୟ ସ୍ଥଳରେ ହୋଇଥିବା TMC ସେଣ୍ଟର ଗୁଡ଼ିକରେ ହୋଇଥିବା ସ୍ଥାନରେ ନଜର ରଖାଯାଇଛି। ଜିଲ୍ଲାରେ ଥିବା ୧୦୪ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ COVID-19ର TMC ଭାବେ ବ୍ୟବହାର କରାଯାଇଛି। ଜିଲ୍ଲାର ୫୫୮ଟି ସ୍କୁଲ ଗୃହକୁ ଆସନ୍ନ ବାତ୍ୟା ପାଇଁ ପ୍ରସ୍ତୁତ କରାଯାଉଛି। ଏଥିରେ ବିଦ୍ୟୁତ, ପାନୀୟଜଳ ସହିତ ଲୋକମାନେ କିପରି ସାମାଜିକ ଦୂରତା ରଖି ରହିବେ ଏ ନେଇ ସମସ୍ତ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ। ସେପଟେ ଚାଷୀଙ୍କୁ ନିଜ ଅମଳ ଧାନ ସାଇତି ରଖିବା ପାଇଁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)