Advertisment

କୋଡ଼ିଙ୍ଗା IIC ନିଲମ୍ବିତ

ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା IIC ପୁଷ୍ପେନ୍ଦୁ ସାଗର ନିଲମ୍ବିତ। ପୁଷ୍ପେନ୍ଦୁଙ୍କୁ ନିଲମ୍ବିତ କଲେ ଡିଜିପି ଆରପି ଶର୍ମା। ପୁଲିସ ହେପାଜତରେ ଥିବା ୨ ଜଣଙ୍କ ପାଇଁ ନିୟମ ଫଲୋ କରି ନ ଥିଲେ ଆଇଆଇସି। ବିଶାଖାପାଟଣା ହସ୍‌ପିଟାଲ ସ୍ଥାନାନ୍ତର ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଏହି ଘଟଣାରେ ଆଜି IIC ପୁଷ୍ପେନ୍ଦୁଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଗତ ଶନିବାର ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ […]

author-image
Mihir Pattnayak
କୋଡ଼ିଙ୍ଗା IIC ନିଲମ୍ବିତ

78

ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା IIC ପୁଷ୍ପେନ୍ଦୁ ସାଗର ନିଲମ୍ବିତ। ପୁଷ୍ପେନ୍ଦୁଙ୍କୁ ନିଲମ୍ବିତ କଲେ ଡିଜିପି ଆରପି ଶର୍ମା। ପୁଲିସ ହେପାଜତରେ ଥିବା ୨ ଜଣଙ୍କ ପାଇଁ ନିୟମ ଫଲୋ କରି ନ ଥିଲେ ଆଇଆଇସି। ବିଶାଖାପାଟଣା ହସ୍‌ପିଟାଲ ସ୍ଥାନାନ୍ତର ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଏହି ଘଟଣାରେ ଆଜି IIC ପୁଷ୍ପେନ୍ଦୁଙ୍କୁ ନିଲମ୍ବିତ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗତ ଶନିବାର ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ ଯାଇଥିଲା। ପରଦିନ ସକାଳେ ଗାଁ ଲୋକେ କମଳୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଠାବ କରିଥିଲେ।

କମଲୁର କହିବା ଅନୁସାରେ, ଦୁହେଁ ଥାନାରେ ପାଣି ମାଗିବାରୁ ପୁଲିସ ସେମାନଙ୍କୁ ନିସ୍ତୁକ ପିଟିଥିଲା। ଗୋବର୍ଦ୍ଧନ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଏଏସ୍‌ପି ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା କହିଥିଲେ।

Advertisment

ସେ କହିଥିଲେ ଯେ, ରାତିରେ ଗୋବର୍ଦ୍ଧନ ଦେହ ଖରାପ ଲାଗୁଥିଲା। ତାଙ୍କୁ କୋଷାଗୁମୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ନବରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭାଇଜାଗ୍ ପଠାଯାଇଥିଲା। ଭାଇଜାଗ୍‌ରେ ଡାକ୍ତର ଗୋବର୍ଦ୍ଧନକୁ ମୃତ ଘୋଷଣା କରିଥିଲେ। ତେବେ  ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଥିଲେ।

Left Top
Advertisment
Advertisment