Advertisment

ଷ୍ଟେଟ୍‌ ବ୍ୟାଙ୍କରେ ନାଗ

ଚାନ୍ଦବାଲି(ବାସୁଦେବ ଦାସ) : ବ୍ୟାଙ୍କ ଭିତରେ ସାପ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବାଲିଗାଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଶାଖାରୁ ଉଦ୍ଧାର ହୋଇଛି ନାଗ ସାପ। ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସବୁଦିନ ପରି ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ କର୍ମଚାରୀମାନେ ନିଜ କାଉଣ୍ଟରରେ ବସି କାମ କରୁଥିଲେ। ଏହି ସମୟରେ ଗୋଟିଏ ନାଗ ସାପ୍‌ ଷ୍ଟୋର ରୁମ୍‌ରୁ ବାହାରି କାଉଣ୍ଟର ଆଡକୁ ଯାଇଥିଲା। ଏହା ଦେଖି ବ୍ୟାଙ୍କରେ ଟଙ୍କା ଜମା […]

author-image
Pradesh Pratyush
ଷ୍ଟେଟ୍‌ ବ୍ୟାଙ୍କରେ ନାଗ

snake

ଚାନ୍ଦବାଲି(ବାସୁଦେବ ଦାସ) : ବ୍ୟାଙ୍କ ଭିତରେ ସାପ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବାଲିଗାଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଶାଖାରୁ ଉଦ୍ଧାର ହୋଇଛି ନାଗ ସାପ। ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Advertisment

ସବୁଦିନ ପରି ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ କର୍ମଚାରୀମାନେ ନିଜ କାଉଣ୍ଟରରେ ବସି କାମ କରୁଥିଲେ। ଏହି ସମୟରେ ଗୋଟିଏ ନାଗ ସାପ୍‌ ଷ୍ଟୋର ରୁମ୍‌ରୁ ବାହାରି କାଉଣ୍ଟର ଆଡକୁ ଯାଇଥିଲା। ଏହା ଦେଖି ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସିଥିବା ଗ୍ରାହକମାନେ ହୋ-ହଲ୍ଲା କରିଥିଲେ।

ବ୍ୟାଙ୍କ ମ୍ୟାନେଜର ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

Advertisment
Advertisment
Advertisment