Advertisment

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍, ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍। ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ କରିବାକୁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ ରହିଛି। ଅନିର୍ଦ୍ଦିଷ୍ଟ କାଳ ଲାଗି ଛୁଟି ବାତିଲ୍ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା DFO ନିଆଁଲିଭା କାର୍ଯ୍ୟରେ ୧୦୦ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ […]

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍, ବନ କର୍ମଚାରୀଙ୍କ ଛୁଟି ବାତିଲ

simoilipal

Advertisment

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍। ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ କରିବାକୁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ ରହିଛି। ଅନିର୍ଦ୍ଦିଷ୍ଟ କାଳ ଲାଗି ଛୁଟି ବାତିଲ୍ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା DFO ନିଆଁଲିଭା କାର୍ଯ୍ୟରେ ୧୦୦ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Advertisment

ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ପରେ ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି। ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ପୂର୍ବତନ PCCF ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ କରାଯାଇଛି। ଯେଉଁଥିରେ ମୋଟ୍ ୯ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ଙ୍କୁ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ରହିବେ।

ତାସହ ଡେରାଡୁନ୍‌ର ଦୁଇ ଜଣ ଓ ହାଇଦ୍ରାବାଦ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ବି ଟାସ୍କଫୋର୍ସରେ ରଖାଯାଇଛି। ଜଙ୍ଗଲରେ ନିଆଁକୁ କିପରି ଆୟତ୍ତ କରାଯିବ ଓ ଏହାର ନିରାକରଣ ବ୍ୟବସ୍ଥା ଟାସ୍କଫୋର୍ସ କରିବେ। ଏହାସହ ପୁରା ଘଟଣାର ସମୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା ସେପଟେ ଜଙ୍ଗଲରେ ନିଆ ଲାଗିବା ନୂଆ କଥା ନୁହେଁ। ପ୍ରତିବର୍ଷ ନିଆଁ ଲାଗେ ବୋଲି ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି। ନିଆଁ ଲାଗିବ ପ୍ରାକୃତିକ ପ୍ରକ୍ରିୟା, ରାଜ୍ୟର ଜଙ୍ଗଲରେ ତଳ ଅଂଶରେ ନିଆଁ ଲାଗିଥାଏ। ତାସହ ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ପିସିସିଏଫ୍।

Advertisment
ଶିମିଳିପାଳ କୋର ଅଞ୍ଚଳକୁ ଜଙ୍ଗଲ ନିଆଁ ବ୍ୟାପିନାହିଁ। ଶିମିଳିପାଳ ଜଙ୍ଗଲର ବନାଗ୍ନି ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଛି। ବନାଗ୍ନି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବାହ୍ୟାଞ୍ଚଳ ଜଙ୍ଗଲରେ ସୀମିତ। ସେଥିପାଇଁ କୋର୍ ଅଞ୍ଚଳର ବନ୍ୟଜନ୍ତୁ ପ୍ରଭାବିତ ହୋଇନାହାନ୍ତି।
-ସନ୍ଦୀପ ତ୍ରିପାଠୀ, ଜଙ୍ଗଲ ନିଆଁ ଟାସ୍କଫୋର୍ସ ମୁଖ୍ୟ

ଅନ୍ୟପକ୍ଷେ, ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜଜେମା ଅକ୍ଷିତା ଭଞ୍ଜଦେଓ ଗତକାଲି ବାଙ୍ଗିରିପୋଷି ରେଞ୍ଜ ତାଳବନ୍ଧ ଗାଁରେ ପହଞ୍ଚିଥିଲେ। ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପର୍କରେ ମହାରାଣୀ ଲୋକଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ସହ ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହାପରେ ମହାରାଣୀ ଟଙ୍ଗାଧୁଆ, ରାଇପାଳ, ବାଦାମପୁର ଏବଂ ତାଳବନ୍ଧ ଯାଇ ସେଠାରେ ନିଆଁ ଲିଭାଇଥିଲେ।

Advertisment

ମୟୂରଭଞ୍ଜ କରଞ୍ଜିଆ ଦୁଧିଆଣି ଜଙ୍ଗଲରେ ନିଆଁଲଗାଇବା ବେଳେ ଜଣେ ଅଭିଯୁକ୍ତ ବନ ବିଭାଗ ହାତରେ ଧରାପଡ଼ିଛି। ଆଜି ଦିନରେ ଜଙ୍ଗଲର ଗୋଟିଏ ପଟୁ ନିଆଁଲଗାଇବା ବେଳେ ବନ ବିଭାଗ ଟିମ୍ ପହଞ୍ଚି ଅଭିଯୁକ୍ତ ପ୍ରଧାନ ହେମ୍ରମ୍‌ଙ୍କୁ ଗିରଫ କରିଛି। ତାଙ୍କୁ ଏବେ ପଚରାଉଚରା କରାଯାଉଛି। ଏଥିରେ ଆଉ କିଏ ସାମିଲ ସେ ଦିଗରେ ତଦନ୍ତ ଚାଲିଛି।

Fire In Similipal Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ