/odishatv-khabar/media/post_attachments/uploadimage/library/16_9/16_9_0/odisha-cm_1626178924.jpg)
naveen patnaik
ଭୁବନେଶ୍ୱର: ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇପାରନ୍ତି। କରୋନା ସ୍ଥିତିକୁ ନେଇ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ।
ତେବେ ଚଳିତ ବର୍ଷର କରୋନା ସଂକ୍ରମଣ ଆଜି ଲମ୍ବା ଡିଆଁ ମାରିଛି। ଦିନକରେ ଓଡ଼ିଶାରେ ୧,୨୮୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୨୮୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୯୨୪ରେ ପହଞ୍ଚିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟାଇନ୍ ସେଣ୍ଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣ ଲୋକାଲ କେସ୍ ଅର୍ଥାତ୍ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ହୋଇ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଛି।
ଅନ୍ୟପକ୍ଷେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିନକରେ ୩୦.୫୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହ ୨ ଜଣଙ୍କୁ ଗିରଫ କରାଯାଇଛି ଓ ୧୭ଟି ମାମଲା ରୁଜୁ କରିଛି ଓଡ଼ିଶା ପୋଲିସ୍। କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ହାଟ ଓ ଜନଗହଳି ସ୍ଥାନରେ ପୋଲିସ୍ ଚଢାଉ କରିଛି। ଭୁବନେଶ୍ୱରର ୨୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ସାମାଜିକ ଦୂରତା ମାନୁନଥିବା ଓ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ଫାଇନ୍ କରାଯାଇଛି। ସେହିପରି କଟକରେ ବି ଚଢାଉ ହୋଇଛି। କରୋନା ସଂକ୍ରମଣ ରୋକିବାକୁ ସ୍ପେଶାଲ୍ ଡ୍ରାଇଭ ପାଇଁ ପୋଲିସଙ୍କ ନିର୍ଦ୍ଦେଶ ପରେ ଏହି ଚଢାଉ କରାଯାଉଛି।
କରୋନା ସଂକ୍ରମଣ ରୋକିବା ଲାଗି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ରାୟଗଡ଼ା ଜିଲ୍ଲାରେ ମଧ୍ୟ କୋଭିଡ୍ ନିୟମାବଳୀ ପାଳନକୁ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାର ଅଶୋକ ସିନେମା ହଲ୍କୁ ସିଲ୍ କରାଯାଇଛି। ଜିଲ୍ଲାପାଳ ଓ ଏସ୍ପି ଚଢ଼ଉ କରି ସିନେମା ହଲ୍ ସିଲ୍ କରିଛନ୍ତି। ରାଜ୍ୟରେ ସଂକ୍ରମଣ ରୋକିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ପେଶାଲ ଡ୍ରାଇଭ ଚାଲିଛି। ପୋଲିସ ପକ୍ଷରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଯାଞ୍ଚ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)