Advertisment

ଏବେ ହଠାତ୍ କାହିଁକି ମନେପଡିଲା ନବୀନଙ୍କ ତୀର୍ଥସ୍ଥାନ ବିକାଶ କଥା ?

ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ରଖିଛନ୍ତି ତୀର୍ଥକ୍ଷେତ୍ର। ଶ୍ରୀମନ୍ଦିର ସମେତ ପ୍ରଭୁ ଲିଙ୍ଗରାଜ ଓ କୋଣାର୍କ ଭଳି ମନ୍ଦିରର ବିକାଶ ଲାଗି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଯୋଜନା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ? ଏସବୁ ସ୍ଥାନ ସହ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜଡ଼ିତ ଥିବାରୁ ବିଜେଡି ସରକାର ଭାବାବେଗ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ […]

author-image
Pradesh Pratyush
ଏବେ ହଠାତ୍ କାହିଁକି ମନେପଡିଲା ନବୀନଙ୍କ ତୀର୍ଥସ୍ଥାନ ବିକାଶ କଥା ?

naveen

ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ରଖିଛନ୍ତି ତୀର୍ଥକ୍ଷେତ୍ର। ଶ୍ରୀମନ୍ଦିର ସମେତ ପ୍ରଭୁ ଲିଙ୍ଗରାଜ ଓ କୋଣାର୍କ ଭଳି ମନ୍ଦିରର ବିକାଶ ଲାଗି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଯୋଜନା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ? ଏସବୁ ସ୍ଥାନ ସହ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜଡ଼ିତ ଥିବାରୁ ବିଜେଡି ସରକାର ଭାବାବେଗ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ। ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଫୋକସରେ ରଖିଥିଲେ ତୀର୍ଥକ୍ଷେତ୍ର। ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ର, ଅର୍କ କ୍ଷେତ୍ର, ତୁଳସୀ କ୍ଷେତ୍ର ଓ ଶ୍ରୀହରି ବଳଦେବ ବିଜେ ପାଇଁ ପ୍ୟାକେଜ୍‌ ପରେ ପ୍ୟାକେଜ ଘୋଷଣା କରିଥିଲେ।

Advertisment

ଗତକାଲି ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଆ ସମେଲେଶ୍ୱରୀଙ୍କ ମନ୍ଦିରର ବିକାଶ ଲାଗି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଠି ପ୍ରଶ୍ନ ଉଠୁଛି, ପଞ୍ଚମ ପାଳିରେ ନବୀନ ସରକାରଙ୍କୁ ହଠାତ୍ କାହିଁକି ମନେ ପଡ଼ିଲା ଧାର୍ମିକ ସ୍ଥାନ? ଦିଅଁ ଦର୍ଶନ ଓ ମନ୍ଦିର ବିକାଶ ଯୋଜନା ପଛରେ କେବଳ ଭକ୍ତିଭାବ ନା ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି। ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

ପୂର୍ବ ପାଳି ଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଭିତ୍ତିଭୂମି ଓ ପୁଞ୍ଜିନିବେଶକୁ ନେଇ ଯୋଜନାମାନ କରୁଥିଲେ ନବୀନ ସରକାର। କିନ୍ତୁ ପଞ୍ଚମ ପାଳିରେ କିଛି ଅଭିନବ ପଦକ୍ଷେପ ନେଇ ବ୍ରାଣ୍ଡ ନବୀନକୁ ପାଦେ ଆଗକୁ ନେବାକୁ ଚାହୁଁଛନ୍ତି କି ସରକାର? ମହାପ୍ରଭୁ ଜଗନ୍ନାଥ ଭଳି ବିଭିନ୍ନ ମନ୍ଦିର ସହ ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଏଥିରୁ ମାଇଲେଜ୍ ନେବା ଉଦ୍ଦେଶ୍ୟ ନୁହେଁ ତ? ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

Advertisment

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି-“ଯେତେବେଳେ ଆସ୍ଥା ତୁଟିଯାଏ, ସେତେବେଳେ ସେ ବିକଳରେ ଭଗବାନଙ୍କ ଆଶ୍ରୟ ନିଏ। ବିଜେଡି ସରକାର ୨୧ ବର୍ଷରେ କିଛି ନକରି ଏବେ ସେହି କାମରେ ଲାଗି ପଡ଼ିଛନ୍ତି।”

ସାଧାରଣ ସଂପାଦକ ବିଜେପି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ପ୍ରଶଂସା ସାଉଣ୍ଟିବା ପାଇଁ ମୁଖ୍ୟମନ୍ତ୍ରୀ ବାହ୍ୟ ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଆଉ ଏହାକୁ ନେଇ ରାଜନୀତି କରୁଛନ୍ତି।” ବରିଷ୍ଠ ବିଜେଡି ନେତା ବିଜୟଶ୍ରୀ ରାଉତରାୟ କହିଛନ୍ତି-“ରାଜ୍ୟ ସରକାର ଅନେକ ବିକାଶ ମୂଳକ କାମ କରିଛନ୍ତି। ଆଉ ଏବେ ଯେଉଁ କାମ ହୋଇନଥିଲା, ତାକୁ ଶେଷ କରାଉଛନ୍ତି।”

ପୂର୍ବରୁ ନିର୍ବାଚନ ସମୟରେ ମଧ୍ୟ ବିଭିନ୍ନ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ। ଏବେବି ଏହା ଜାରି ରହିଛି। ତେବେ ଏହା ବିଜେଡିର ସଫ୍‌ଟ ହିନ୍ଦୁତ୍ୱ ଓ ବିଜେପିର ନୀତିକୁ ଗ୍ରହଣ କଲାଭଳି ଜଣାପଡୁଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

ଆଗକୁ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିରର ବିକାଶ ନେଇ ଯୋଜନା ମଧ୍ୟ ନବୀନ ସରକାରଙ୍କ ଏଜେଣ୍ଡାରେ ରହିଛି। ତେବେ ଏସବୁ ପ୍ରଚାର ଭିତରେ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ଛଡ଼ା ଏସବୁ କ୍ଷେତ୍ରର ବିକାଶ ଓ ବହୁ ବର୍ଷର ସମସ୍ୟା କେତେଦୂର ସମାଧାନ ହୋଇପାରୁଛି, ତାହା ଦେଖିବା କଥା।

Advertisment
Advertisment