Advertisment

ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କଲେ ସରକାର

ଭୁବନେଶ୍ୱର: ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର  ରାଜଲକ୍ଷ୍ମୀ ଦାସଙ୍କୁ ଆଜି ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି ତିନିଜଣ ମହିଳାଙ୍କ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମାନରେ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି […]

ଅଦ୍ୟତନ ହୋଇଛି
ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କଲେ ସରକାର

cm-naveen

Advertisment

ଭୁବନେଶ୍ୱର: ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର  ରାଜଲକ୍ଷ୍ମୀ ଦାସଙ୍କୁ ଆଜି ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି ତିନିଜଣ ମହିଳାଙ୍କ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମାନରେ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଂଜାମର ଅଙ୍ଗଦାତା ସୂରଜ ବେହେରାଙ୍କ ନାଁରେ ନାମିତ ସୂରଜ ସମ୍ମାନ।

Advertisment

୨୦୧୯ ଅକ୍ଟୋବର ୨୯ ତାରିଖରେ ଗଂଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମର ସୁରଜ ବେହେରା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ଚିକିତ୍ସା ଅବସ୍ଥାରେ ସେ ୨ ତାରିଖରେ ପ୍ରାଣ ହରାଇଥିଲେ। ପରେ କିଛି ସ୍ୱେଚ୍ଛାସେବୀ ସୁରଜଙ୍କ କିଡ୍‌ନୀ ଏବଂ ଅଙ୍ଗଦାନ କରିବା ପାଇଁ ନିବେଦନ କରିଥିଲେ। ଏଥିରେ ସୁରଜଙ୍କ ପରିବାର ରାଜି ହେବା ସହ ଅଙ୍ଗ ଦାନ କରି ୫ଜଣଙ୍କ ଜୀବନ ବଂଚାଇଥିଲେ। ତାଙ୍କରି ନାଁ ଅନୁସାରେ ଏହି ସୂରଜ ସମ୍ମାନ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ