/odishatv-khabar/media/post_attachments/uploadimage/library/16_9/16_9_0/Capture-13-1_1625466869.jpg)
Capture 13
ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକଙ୍କୁ କାଳିଆ କିସ୍ତି ସହ ସ୍ୱତନ୍ତ୍ର କୋଭିଡ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଯୋଜନାରେ ଆଜି ରାଜ୍ୟର ୧୮ ଲକ୍ଷ ଭୂମିହୀନ କୃଷକଙ୍କୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପ୍ରତ୍ୟେକ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାର କିସ୍ତି ସହିତ କୋଭିଡ୍ ସହାୟତା ଭାବେ ଅତିରିକ୍ତ ଭାବେ ୧ ହାଜର ଟଙ୍କା ପ୍ରଦାନ କରାଯାଇଛି। ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଧାସଳଖ ଜମା କରାଯାଇଛି। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ। କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ମୋଟ ୧୨,୫୦୦ ଟଙ୍କା ପାଇଛନ୍ତି। ସେପଟେ କାଳିଆ ଯୋଜନା ନାଁରେ ଦଳୀୟ କର୍ମୀଙ୍କୁ ଥଇଥାନ କରାଯାଉଛି ଏବଂ ଭୂମିହୀନ ଚାଷୀଙ୍କ ସରକାର କେବେ ଚିହ୍ନଟ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)