/odishatv-khabar/media/post_attachments/uploadimage/library/16_9/16_9_0/samir-das_1626691455.jpg)
samir das
ଭୁବନେଶ୍ୱର : ବଲାଙ୍ଗିର ଶିକ୍ଷା ଜିଲ୍ଲା ଅଧିନରେ ଥିବା ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣିଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ। ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Advertisment
ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣି ପ୍ରମୋଦ ରଥ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ସଂପର୍କରେ ଜଣାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)