/odishatv-khabar/media/post_attachments/uploadimage/library/16_9/16_9_0/clerk-attack_1626686543.jpg)
clerk attack
ବ୍ରହ୍ମପୁର : ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏ ଘଟଣା । ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ।
Advertisment
ଦିନ ଦ୍ୱିପ୍ରହରରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରଂଜନ ପ୍ରଧାନ। ଗୁରୁତର ଅବସ୍ଥାରେ ନିରଂଜନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସିସିଟିଭିରେ ଆକ୍ରମଣ ବେଳର ଚିତ୍ର କଏଦ ହୋଇଛି । ମାମଲାର ତଦନ୍ତ କରୁଛି ପୁଲିସ।
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବାର ଭିଡ଼ିଓ ସିସିଟିଭିରେ କଏଦ୍ , ଦେଖନ୍ତୁ #Odishapic.twitter.com/ZVSJh8vxlj
— ଓଟିଭି (@otvkhabar) December 3, 2019
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)