Advertisment

ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାରରେ ତାତିଲେ ସଫେଇ କର୍ମଚାରୀ

କେନ୍ଦୁଝର: କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ।  ପ୍ରତିବାଦରେ ମେଡିକାଲ ପରିସରରେ ଥିବା ଏସ୍ଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆନନ୍ଦପୁର ମେଡିକାଲ ଗସ୍ତ କରିଥିଲେ।  ସେଠାରେ ସଫେଇ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ଅଧିକାରୀ ଓ କିଛି କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।  ଏହି ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ ସଫେଇ କର୍ମଚାରୀଙ୍କୁ ଆକ୍ଷେପ କରିଥିବା ଅଭିଯୋଗ […]

author-image
Mahasweta Baral
ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାରରେ ତାତିଲେ ସଫେଇ କର୍ମଚାରୀ

staff

କେନ୍ଦୁଝର: କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ।  ପ୍ରତିବାଦରେ ମେଡିକାଲ ପରିସରରେ ଥିବା ଏସ୍ଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆନନ୍ଦପୁର ମେଡିକାଲ ଗସ୍ତ କରିଥିଲେ।  ସେଠାରେ ସଫେଇ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ଅଧିକାରୀ ଓ କିଛି କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।  ଏହି ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ ସଫେଇ କର୍ମଚାରୀଙ୍କୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ ।

ଖବର ପାଇ ଘଟଣାସ୍ଥଳରେ ବିଧାୟକ ଭାଗିରଥି ସେଠୀ ପହଞ୍ଚିଲେ। ପରେ ବିଧାୟକ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଦେବା ପରେ ସଫେଇ କାମ ପୁଣି ଆରମ୍ଭ ହୋଇଥିଲା ।

Advertisment
Advertisment
Advertisment