Advertisment

National Flag Ceremony Turns Fatal: ଜାତୀୟ ପତାକା ଅବତରଣ ବେଳେ ଲାଗିଲା କରେଣ୍ଟ୍, ଛାତ୍ର ମୃତ

ଜାତୀୟ ପତାକା ଅବତରଣ ବେଳେ ଲାଗିଗଲା କରେଣ୍ଟ୍। ପାରାଦୀପ କୁଜଙ୍ଗରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଏକ କୋଚିଂ ସେଣ୍ଟର ଛାତରେ କରେଣ୍ଟ ଲାଗି ମୃତ୍ୟୁ। ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁରେ। କୁଜଙ୍ଗ ସମାଗୋଳ ସ୍ଥିତ ମାମୁ ଘରେ ରହି ପଢ଼ୁଥିଲେ ପାଠ।

author-image
Pramod Behera
National Flag Ceremony Turns Fatal

ଜାତୀୟ ପତାକା ଅବତରଣ ବେଳେ ଲାଗିଲା କରେଣ୍ଟ୍, ଛାତ୍ର ମୃତ Photograph: (OTV)

ପତାକା ଅବତରଣ ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ। ପାରାଦୀପ କୁଜଙ୍ଗ ଅଞ୍ଚଳରେ ଘଟିଛି ଏ ଅଭାବନୀୟ ଘଟଣା। କୁଜଙ୍ଗରେ ଏକ କୋଚିଂ ସେଣ୍ଟର ଛାତରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସଂଧ୍ୟା ପୂର୍ବରୁ ସୋମବାର ପତାକା ଅବତରଣ ବେଳେ ଛାତ୍ର ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପତାକାରେ ଲାଗିଥିବା ଜିଆଇ ରଡ୍ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାରରେ ଲାଗିଯିବାରୁ କରେଣ୍ଟ ଆଘାତରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ମୃତ ଛାତ୍ର ଓମ ପ୍ରକାଶ ଦ୍ବିବେଦୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁରେ। ସେ କୁଜଙ୍ଗ ସମାଗୋଳ ସ୍ଥିତ ମାମୁ ଘରେ ରହି ପାଠ ପଢ଼ୁଥିଲେ।...

Advertisment

ଜାତୀୟ ପତାକା ଅବତରଣ ବେଳେ ଲାଗିଗଲା କରେଣ୍ଟ୍। ପାରାଦୀପ କୁଜଙ୍ଗରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଏକ କୋଚିଂ ସେଣ୍ଟର ଛାତରେ କରେଣ୍ଟ ଲାଗି ମୃତ୍ୟୁ। ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁରେ। କୁଜଙ୍ଗ ସମାଗୋଳ ସ୍ଥିତ ମାମୁ ଘରେ ରହି ପଢ଼ୁଥିଲେ ପାଠ।

Student Death Republic Day Odisha News
Advertisment
Advertisment