Advertisment

ଡ୍ରାମା କଳାକାରଙ୍କ ଉନ୍ମତ୍ତ କାଣ୍ଡ

ପାରାଦୀପ(ରମାକାନ୍ତ ନାୟକ):ପାରାଦୀପ କୁଜଙ୍ଗ ଥାନା ସାହାରାଡ଼ିଆ ଗ୍ରାମରେ ମାରପିଟ୍ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ଗ୍ରାମବାସୀ କୁଜଙ୍ଗ ଥାନାରେ ପହଞ୍ଚିଥିଲେ। ପୁଲିସ୍‌ ଜଣକୁ ଅଟକ ରଖି ପଚରାଉଚରା କରିବା ସହ ପରିସ୍ଥିତି ଉପରେ ନଜର ରଖିଛି । ଗାଁରେ ଡ୍ରାମା ଚାଲିଥିବା ବେଳେ ଜଣେ ଡ୍ରାମା କଳାକାର ଉନ୍ମତ୍ତ କାଣ୍ଡ ଭିଆଇଥିଲେ। ଷ୍ଟେଜରେ ଭଙ୍ଗାରୁଜା […]

ଡ୍ରାମା କଳାକାରଙ୍କ ଉନ୍ମତ୍ତ କାଣ୍ଡ

pradip

Advertisment

ପାରାଦୀପ(ରମାକାନ୍ତ ନାୟକ):ପାରାଦୀପ କୁଜଙ୍ଗ ଥାନା ସାହାରାଡ଼ିଆ ଗ୍ରାମରେ ମାରପିଟ୍ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ଗ୍ରାମବାସୀ କୁଜଙ୍ଗ ଥାନାରେ ପହଞ୍ଚିଥିଲେ।

Advertisment

ପୁଲିସ୍‌ ଜଣକୁ ଅଟକ ରଖି ପଚରାଉଚରା କରିବା ସହ ପରିସ୍ଥିତି ଉପରେ ନଜର ରଖିଛି । ଗାଁରେ ଡ୍ରାମା ଚାଲିଥିବା ବେଳେ ଜଣେ ଡ୍ରାମା କଳାକାର ଉନ୍ମତ୍ତ କାଣ୍ଡ ଭିଆଇଥିଲେ। ଷ୍ଟେଜରେ ଭଙ୍ଗାରୁଜା କରିବା ସହ ଗଣ୍ଡଗୋଳ କରି ଚାଲିଯାଇଥିଲେ।

ଡ୍ରାମା ଆୟୋଜକ ତଥା ଗ୍ରାମବାସୀ ଏ ସମ୍ପର୍କରେ ପଚରାଉଚରା କରିବାକୁ ସମ୍ପୃକ୍ତ ଯୁବକଙ୍କ ଘର ପାଖରେ ପହଞ୍ଚିବା କ୍ଷଣି ଯୁବକର ପରିବାର ଗ୍ରାମବାସୀଙ୍କୁ  ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ନାଏବ ସରପଞ୍ଚ ନରେଶ ପ୍ରଧାନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବାରୁ କଟକ ପଠାଯାଇଛି। ରାଜନୈତିକ ବିବାଦରୁ ଏହି ଗଣ୍ଡଗୋଳ ଘଟିଥିବା ଚର୍ଚ୍ଚା ହେଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ