Advertisment

କେଉଁଠି ଖୁସି ତ କେଉଁଠି ବିରୋଧ

ମାଲକାନଗିରି/ଭଦ୍ରକ : ସଂସଦରେ ପାରିତ ହୋଇଛି ନାଗରିକତା ସଂଶୋଧନ୍‌ ବିଲ୍‌। ଏହାକୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେଉଁଠି ଖୁସି ମନାଉଛନ୍ତି ଶରଣାର୍ଥୀ ତ ଆଉ କେଉଁଠି କରାଯାଉଛି କଡ଼ା ବିରୋଧ। ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ବାଂଲାଦେଶୀ ଓ ଶ୍ରୀଲଙ୍କା ଶରଣାର୍ଥୀ ଏଣିକି ନିଜର ହକ ପାଇବେ ବୋଲି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କିନ୍ତୁ ମୁସ୍‌ଲିମ ବହୁଳ ଜିଲ୍ଲାରେ ବିଲକୁ ତୀବ୍ର ବିରୋଧ କରାଯାଉଛି। ବାଂଲାଦେଶୀ ଓ ଶ୍ରୀଲଙ୍କାର ତାମିଲ ଶରଣାର୍ଥୀ ମାଲକାନଗିରି […]

author-image
Pradesh Pratyush
କେଉଁଠି ଖୁସି ତ କେଉଁଠି ବିରୋଧ

citizenship bill

ମାଲକାନଗିରି/ଭଦ୍ରକ : ସଂସଦରେ ପାରିତ ହୋଇଛି ନାଗରିକତା ସଂଶୋଧନ୍‌ ବିଲ୍‌। ଏହାକୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେଉଁଠି ଖୁସି ମନାଉଛନ୍ତି ଶରଣାର୍ଥୀ ତ ଆଉ କେଉଁଠି କରାଯାଉଛି କଡ଼ା ବିରୋଧ। ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ବାଂଲାଦେଶୀ ଓ ଶ୍ରୀଲଙ୍କା ଶରଣାର୍ଥୀ ଏଣିକି ନିଜର ହକ ପାଇବେ ବୋଲି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କିନ୍ତୁ ମୁସ୍‌ଲିମ ବହୁଳ ଜିଲ୍ଲାରେ ବିଲକୁ ତୀବ୍ର ବିରୋଧ କରାଯାଉଛି।

Advertisment

publive-imageବାଂଲାଦେଶୀ ଓ ଶ୍ରୀଲଙ୍କାର ତାମିଲ ଶରଣାର୍ଥୀ ମାଲକାନଗିରି ସଦର ମହକୁମାର ଜବରଦସ୍ତ କଲୋନୀରେ ଦୀର୍ଘ ୪୦ ବର୍ଷ ଧରି ରହି ଆସୁଛନ୍ତି। ମାତ୍ର ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମିଳିନଥିଲା ନାଗରିକତା ଅଧିକାର। ଗତାକଲି ରାଜ୍ୟ ସଭାରେ ଏହି ବିଲ୍‌ ପାସ ହେବା ପରେ କଲୋନୀ ବାସିନ୍ଦାମାନେ ଖସି ମନାଇଛନ୍ତି। ଘଣ୍ଟ ଓ ଡ୍ରମ୍‌ ବାଦ୍ୟ ବଜାଇ ନିଜ ମନ ଭାବ ପରିପ୍ରକାଶ କରୁଛନ୍ତି। ୪୦ ବର୍ଷର ସଂଘର୍ଷ କରିଆସୁଥିବାରୁ ଶରଣାର୍ଥୀମାନେ ଏଣିକି ମୁକ୍ତ ଭାବେ ବଞ୍ଚିବେ ବୋଲି କହିଛନ୍ତି। କାରଣ ସେମାନଙ୍କ ପିଲାଙ୍କ ପାଠପଢ଼ାଠୁ ଆରମ୍ଭ କରି ସମସ୍ତ ସରକାରୀ ଯୋଜନାରେ ନିଜକୁ ସାମିଲ କରିପାରିବେ।

publive-imageଏପଟେ ରାଜ୍ୟର ମୁସଲମାନ ବହୁଳ ଜିଲ୍ଲା ଗୁଡ଼ିକରେ କିନ୍ତୁ ଦେଖାଦେଇଛି ଅସନ୍ତୋଷ। ନାଗରିକତା ସଂଶୋଧନ୍‌ ବିଲକୁ ମୁସଲମାନ୍‌ ସଂପ୍ରଦାୟଙ୍କ ପ୍ରତି ପ୍ରତାରଣା ବୋଲି କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଭଦ୍ରକ ୧୪ ମହଲା ମୁସଲମାନ ଜମାତ। ଏନେଇ କଳା ବ୍ୟାଜ ପିନ୍ଧି ଭଦ୍ରକର ମଲ୍ଲିକ ମୈଦାନରେ ପ୍ରତିବାଦ କରିଛି ସଂଗଠନ। ତା’ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଛି। କେବଳ ଭଦ୍ରକ ନୁହେଁ, ବାଲେଶ୍ୱର, କେନ୍ଦ୍ରାପଡ଼ା ଭଳି ଏକାଧିକ ଜିଲ୍ଲାରେ ବର୍ଷ ବର୍ଷ ଧରି ବସବାସ କରି ଆସୁଥିବା ବାଂଲାଦେଶୀ ଶରଣାର୍ଥୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେପଟେ ନାଗରିକତା ବିଲକୁ ବିଜେଡିର ସମର୍ଥନ ପରଠୁ ଲାଗିରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଚିଟ୍‌ଫଣ୍ଡ ପେଡ଼ି ଖୋଲିବାକୁ ଅମିତ ଶାହ ଧମକାଇଥିବେ, ତେଣୁ ବିଜେଡି ବିଲକୁ ସମର୍ଥନ କରିଛି ବୋଲି କହିଛନ୍ତି କଂଗ୍ରେସ ନେତା ବି.କେ.ହରିପ୍ରସାଦ। ସେହିପରି ବିଜୁ ବାବୁ ଥିଲେ କଣ ଏମିତି କରିଥାନ୍ତା କି ବୋଲି ଆର୍‌ଜେଡି ମୁଖପାତ୍ର ମନୋଜ ଝା ପ୍ରଶ୍ନ କରିଛନ୍ତି। ସେପଟେ ବିରୋଧୀଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରି କହିଛି, ବିଜେପି ପାଖରେ ଆବଶ୍ୟକ ସମର୍ଥନ ରହିଛି। ତେଣୁ କାହାକୁ ବ୍ଲାକମେଲ୍‌ ପ୍ରଶ୍ନ ଉଠୁନି। ବିଜେଡି କହିଛି, ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି।

Advertisment
Advertisment