Advertisment

ଟ୍ରାଫିକ୍ ନିୟମ ଖିଲାପୀଙ୍କୁ ଧରିବେ ସିଟିଜେନ୍ ରିପୋର୍ଟର

ଭୁବନେଶ୍ୱର :  କଡ଼ା ଫାଇନ୍ ସତ୍ତ୍ୱେ, ଅଭ୍ୟାସଗତ ଖିଲାପି  କିନ୍ତୁ ପୁରା ବେଫିକର । ଟ୍ରାଫିକ୍‌ର ଅନ୍ୟ ନିୟମ କଥା ଛାଡ଼ନ୍ତୁ, ହେଲ୍‌ମେଟ୍ ବି ମୁଣ୍ଡରେ ଲାଗିପାରୁନି। ଏମିତିକି କେଉଁଠି ବାଇକ୍ ପିନ୍ଧିଛି, ତ କେଉଁଠି ଡିକିରେ ପଶିଛି, ହେଲେ ମୁଣ୍ଡରେ ଲଗାଇବାକୁ କଷ୍ଟ। ଗତ ସେପ୍ଟେମ୍ବରରୁ ନୂଆ ମୋଟର ଭେହିକଲ୍ ଆକ୍ଟ ଲାଗୁ ହେବା ପରେ ଜନ ଅସନ୍ତୋଷ ପାଇଁ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ତିନି ମାସ ଲେଖାଏଁ ଆଇନ୍‌କୁ କୋହଳ କଲେ। ହେଲ୍‌ମେଟ୍ […]

author-image
Pradesh Pratyush
ଟ୍ରାଫିକ୍ ନିୟମ ଖିଲାପୀଙ୍କୁ ଧରିବେ ସିଟିଜେନ୍ ରିପୋର୍ଟର

trafficrule

ଭୁବନେଶ୍ୱର :  କଡ଼ା ଫାଇନ୍ ସତ୍ତ୍ୱେ, ଅଭ୍ୟାସଗତ ଖିଲାପି  କିନ୍ତୁ ପୁରା ବେଫିକର । ଟ୍ରାଫିକ୍‌ର ଅନ୍ୟ ନିୟମ କଥା ଛାଡ଼ନ୍ତୁ, ହେଲ୍‌ମେଟ୍ ବି ମୁଣ୍ଡରେ ଲାଗିପାରୁନି। ଏମିତିକି କେଉଁଠି ବାଇକ୍ ପିନ୍ଧିଛି, ତ କେଉଁଠି ଡିକିରେ ପଶିଛି, ହେଲେ ମୁଣ୍ଡରେ ଲଗାଇବାକୁ କଷ୍ଟ।

Advertisment

ଗତ ସେପ୍ଟେମ୍ବରରୁ ନୂଆ ମୋଟର ଭେହିକଲ୍ ଆକ୍ଟ ଲାଗୁ ହେବା ପରେ ଜନ ଅସନ୍ତୋଷ ପାଇଁ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ତିନି ମାସ ଲେଖାଏଁ ଆଇନ୍‌କୁ କୋହଳ କଲେ। ହେଲ୍‌ମେଟ୍ ଚେକିଂ କିନ୍ତୁ ଚାଲିଛି, ହେଲେ ଧରପଗଡ଼ରେ କୋହଳ ପାଇଁ ପୁଣି ଯେଉଁକଥାକୁ ସେଇ କଥା।

publive-imageଆଉ ଏପଟେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପନୀ ଦିବସରେ ପରିବହନ ମନ୍ତ୍ରୀ ବାଇକ୍ ପଛ ଯାତ୍ରୀଙ୍କ ପାଇଁ ମାର୍ଚ୍ଚ ମାସରୁ ହେଲ୍‌ମେଟ୍ ବାଧ୍ୟତାମୂଳକ କରାଯିବ ବୋଲି ପୁଣି ଦୋହରାଇଛନ୍ତି। କାର୍‌ରେ ଯାତ୍ରା କରୁଥିବା ସମସ୍ତଙ୍କ ପାଇଁ ସିଟ୍‌ବେଲ୍‌ଟ ବି ବାଧ୍ୟତାମୂଳକ ହୋଇଛି। ଏଥିସହ ଖିଲାପୀଙ୍କୁ ଧରିବାକୁ ପରିବହନ ବିଭାଗ ସିଟିଜେନ୍ ରିପୋର୍ଟିଂ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ଜନସାଧାରଣ ବି ମୋବାଇଲ୍ ଆପ୍ ସାହାଯ୍ୟରେ ଉଲ୍ଲଂଘନକାରୀଙ୍କ ଫଟୋ କିମ୍ବା ଭିଡିଓ ଉଠାଇ ନିର୍ଦ୍ଦିଷ୍ଟ ଆପ୍‌ରେ ଅପଲୋଡ୍ କରି ବିଭାଗର ନଜରକୁ ଆଣିପାରିବେ । ଏଥିପାଇଁ ଦୋଷୀଙ୍କ ଲାଗି ଦଣ୍ଡ ଓ ସିଟିଜେନ୍ ରିପୋର୍ଟଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା ବି ଅଛି।

Advertisment

ତଥ୍ୟ କହୁଛି ୨୦୧୯ ଜାନୁଆରୀରୁ ନଭେମ୍ବର ଯାଏଁ ରାଜ୍ୟରେ ଘଟିଥିବା ୧୦ହଜାର ୧୭ଟି ସଡକ ଦୁର୍ଘଟଣାରେ ୪ହଜାର ୯୦୩ ଜଣଙ୍କର ଜୀବନ ଯାଇଛି। ତେବେ ଚଳିତ ବର୍ଷର ଦୁର୍ଘଟଣା ହାରକୁ ୨୦ ପ୍ରତିଶତକୁ ଆଣିବା ପାଇଁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ। ହେଲେ ବଡ଼ କଥା ହେଉଛି ଲୋକେ ସଚେତନ ହେଲେ ତ ?

Advertisment
Advertisment