Advertisment

ଶିଶୁବଳି ଅଭିଯୋଗ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ୍‌

ବଲାଙ୍ଗିର: ବଲାଙ୍ଗିର ଟାଉନଥାନା ଲକ୍ଷ୍ମୀନଗର ପଡ଼ାରେ ଜଣେ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ଶିଶୁଟିର ମୃତ୍ୟୁ ଆକସ୍ମିକ ନୁହେଁ ବରଂ ଏହା ଏକ ନରବଳି ବୋଲି ସନ୍ଦେହ କରାଯାଉଛି। ଲକ୍ଷ୍ମୀନଗର ଅଞ୍ଚଳର ଜଗଦୁ ସ୍ୱାଇଁଙ୍କ ପୁଅ ଜିତୁ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଘରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡେ ଉଭାନ୍‌ ହୋଇଯିବାରୁ ଘର ଲୋକେ ଚିନ୍ତିତ ହୋଇପଡିଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ପତ୍ତା ମିଳି ନ ଥିଲା । […]

author-image
Mihir Pattnayak
ଶିଶୁବଳି ଅଭିଯୋଗ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ୍‌

1

ବଲାଙ୍ଗିର: ବଲାଙ୍ଗିର ଟାଉନଥାନା ଲକ୍ଷ୍ମୀନଗର ପଡ଼ାରେ ଜଣେ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ଶିଶୁଟିର ମୃତ୍ୟୁ ଆକସ୍ମିକ ନୁହେଁ ବରଂ ଏହା ଏକ ନରବଳି ବୋଲି ସନ୍ଦେହ କରାଯାଉଛି।

Advertisment

ଲକ୍ଷ୍ମୀନଗର ଅଞ୍ଚଳର ଜଗଦୁ ସ୍ୱାଇଁଙ୍କ ପୁଅ ଜିତୁ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଘରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡେ ଉଭାନ୍‌ ହୋଇଯିବାରୁ ଘର ଲୋକେ ଚିନ୍ତିତ ହୋଇପଡିଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ପତ୍ତା ମିଳି ନ ଥିଲା ।

କିନ୍ତୁ ଗତକାଲି ରାତିରେ ଶିଶୁର ମୃତଦେହ ଏକ ପରିତ୍ୟକ୍ତ ନାଳରୁ ଉଦ୍ଧାର କରାଯାଇଥିଲା । ଶିଶୁର ମୁଣ୍ଡରେ ଆଘାତ ଲାଗିବା ସହ ନାକରୁ ରକ୍ତ ବାହାରୁ ଥିଲା । ଏଣୁ ପରିବାର ଲୋକ ଶିଶୁକୁ ବଳି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ  ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି  ବଲାଙ୍ଗିର ଏସଡିପିଓ କହିଛନ୍ତି ।

Advertisment
Left Top
Advertisment
Advertisment