Advertisment

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ଭୁବନେଶ୍ୱର: କାର୍ ଭିତରୁ ୫ବର୍ଷର ଶିଶୁ ଉଦ୍ଧାର। ଅଳ୍ପକେ ବର୍ତ୍ତିଲା ଜୀବନ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଦୀଘା ବିଚ୍‌ରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚ୍‌ରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । କିଛି ସମୟ ପରେ ଶିଶୁଟି ଗାଡି ଭିତରେ […]

author-image
Mihir Pattnayak
ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

3

ଭୁବନେଶ୍ୱର: କାର୍ ଭିତରୁ ୫ବର୍ଷର ଶିଶୁ ଉଦ୍ଧାର। ଅଳ୍ପକେ ବର୍ତ୍ତିଲା ଜୀବନ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଦୀଘା ବିଚ୍‌ରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚ୍‌ରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । କିଛି ସମୟ ପରେ ଶିଶୁଟି ଗାଡି ଭିତରେ କାନ୍ଦୁଥିବା ସ୍ଥାନୀୟ ପର୍ଯ୍ୟଟକ ଦେଖିବା ପାରେ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ କାର ଲକ୍‌କୁ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିଥିଲା । ଶିଶୁଟି ଶ୍ୱାସ ରୁଦ୍ଧ ହୋଇ ଅସୁସ୍ଥ ହୋଇଯାଇଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଘଟଣା ନେଇ ଶିଶୁର ବାପା ମାଆଙ୍କୁ ଥାନାରେ ଅଟକ ରଖିବା ପରେ ଲିଖିତ ପ୍ରତିଶ୍ରୁତି ଦେଇ ଛାଡାଯାଇଛି।

Advertisment

ସେହିପରି କଟକରେ ମଧ୍ୟ ଘଟିଛି ସେହିଭଳି ଘଟଣା । ଏଠାରେ ବନ୍ଦ ଘର ଭିତରୁ ଜଣେ ୩ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଘର ଭିତରେ ତାଲା ପକାଇ ମାଆ କାମକୁ ଯାଇଥିଲା ବେଳେ ଚାଇଲ୍ଡ ଲାଇନ ଉଦ୍ଧାର କରିଛି ତାଙ୍କୁ। ସହରର ବିଡ଼ାନାସୀ କୃଷକ ବଜାର ଅଞ୍ଚଳରେ ଏହି ଘଟଣା ଘଟିଛି । ଶିଶୁକୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି ଚାଇଲ୍ଡ ଲାଇନ । ଏବେ ପିଲାଟିକୁ ବସୁନ୍ଧରାରେ ରଖାଯାଇଛି । ପ୍ରତିଦିନ ପିଲାଟିକୁ ଘରେ ତାଲା ପକାଇ ମାଆ କାମକୁ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଜି ପିଲାଟି କାନ୍ଦିବାରୁ ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ ଲାଇନ ଓ ବିଡ଼ାନାସୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା।

Left Top
Advertisment
Advertisment