/odishatv-khabar/media/post_attachments/uploadimage/library/16_9/16_9_0/child-marriage_1626419674.jpg)
child marriage
ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି। ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା।
Advertisment
କୌଣସି ସୂତ୍ରରୁ ଖବର ପାଇ ଉଦଳା ପୁଲିସ ଗାଁରେ ପହଞ୍ଚି ବାହାଘରକୁ ରୋକିଥିଲା। ନାବାଳିକା ଓ ତାର ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରିଥିଲା ପୁଲିସ।
ଘଟଣାରେ ପୁଲିସ ପ୍ରମୋଦକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏଥିସହ ବିବାହ ବୟସ ନ ହେବା ଯାଏ ନାବାଳିକାର ବିବାହ ନ କରିବାକୁ ପରିବାର ଲୋକଙ୍କ ନିକଟରୁ ଏକ ବୁଝାମଣା ପତ୍ର ଲେଖାଇଛି ପୁଲିସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)