Advertisment

ବେପରୁଆ ବାପା-ମାଆ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ବନ୍ଦ କାର ଭିତରେ ମୁମୂର୍ଷୁ ଅବସ୍ଥାରେ କୁନିପିଲା । କାରର ପଛ ସିଟ୍‌ରେ ଅଣନିଶ୍ୱାସୀ ହେବା ପରେ ନିସ୍ତେଜ ହୋଇଯାଇଥିଲା ଶରୀର। ଦିନ ସାଢେ ୧୧ଟା ବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ଆଗରେ ଖରାରେ ଛିଡ଼ା ହୋଇଥିଲା ଏକ କାର । କାର ଭିତରେ ଥିବା ଶିଶୁ ଉପରେ ସିକ୍ୟୁରିଟି ଗାର୍ଡର ପଡ଼ିଥିଲା ନଜର।  ଆଖପାଖ ଅଧଘଣ୍ଟା ଧରି ଖୋଜାଖୋଜି ପରେ ବି ପିଲାଟିର ବାପା ମାଆଙ୍କ ଖୋଜ ଖବର […]

author-image
Pradesh Pratyush
ବେପରୁଆ ବାପା-ମାଆ !

child

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ବନ୍ଦ କାର ଭିତରେ ମୁମୂର୍ଷୁ ଅବସ୍ଥାରେ କୁନିପିଲା । କାରର ପଛ ସିଟ୍‌ରେ ଅଣନିଶ୍ୱାସୀ ହେବା ପରେ ନିସ୍ତେଜ ହୋଇଯାଇଥିଲା ଶରୀର। ଦିନ ସାଢେ ୧୧ଟା ବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ଆଗରେ ଖରାରେ ଛିଡ଼ା ହୋଇଥିଲା ଏକ କାର । କାର ଭିତରେ ଥିବା ଶିଶୁ ଉପରେ ସିକ୍ୟୁରିଟି ଗାର୍ଡର ପଡ଼ିଥିଲା ନଜର।  ଆଖପାଖ ଅଧଘଣ୍ଟା ଧରି ଖୋଜାଖୋଜି ପରେ ବି ପିଲାଟିର ବାପା ମାଆଙ୍କ ଖୋଜ ଖବର ନମିଳିବାରୁ କାର ପଛପାଖ ଡୋର କାଚ ଖସାଇ ପିଲାଟିକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।

Advertisment

publive-imageଉଦ୍ଧାର ବେଳକୁ ପିଲାଟି ଥରିବା ସହ ପାଟିରୁ ଫେଣ ବାହାରୁ ଥିଲା । କୁନି ଦେହଟି ଝାଳରେ ଜଡ଼ସଡ଼ ହୋଇଯାଇଥିଲା। ଧୀରେ ଧୀରେ ପିଲାଟି ନିସ୍ତେଜ ହେଉଥିବା ଦେଖି ମେଡିକାଲରେ ଥିବା ସ୍ୱେଚ୍ଛାସେବୀ ତୁରନ୍ତ ପିଲାଟିକୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ୩ ଜଣିଆ ଡାକ୍ତରୀ ଟିମ୍‌ ତୁରନ୍ତ ପିଲାଟିର ଆରମ୍ଭ କରିଥିଲେ ଚିକିତ୍ସା । ଚିକିତ୍ସା ପରେ ପିଲାଟି ସୁସ୍ଥ ହୋଇଥିଲା। ତେବେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ଯଦି ଆଉ ଟିକିଏ ବିଳମ୍ବ ହୋଇଥାନ୍ତା ତେବେ କଣ ଯେ ଘଟିଥାନ୍ତା। ତାହା କହିବା ମୁସ୍କିଲ।

ପିଲାଟି ଉଦ୍ଧାର ହେବା ପରେ ଡାକ୍ତରଖାନାରେ ହୋହଲ୍ଲା ଦେଖି ଘଟଣା ସ୍ଥଳରେ ପହଞ୍ଚିଥିଲେ ଉଦ୍ଧାର ଶିଶୁର ବାପା ମାଆ। ପିଲାଟିକୁ ଗାଡ଼ିରେ ଅଳ୍ପ ସମୟ ପାଇଁ ଛାଡ଼ି ଆସିଥିବା କହିବା ସହ ନିଜର ଦାୟିତ୍ୱବୋଧ କେତେ ଅଛି ସେକଥା ବଖାଣି ଥିଲେ ଶିଶୁର ବାପା। ପରେ ଶିଶୁର ଅନ୍ୟ ସଂପର୍କୀୟ ଆସି ପିଲା ଓ ବାପା ମାଆଙ୍କୁ ଚିହ୍ନଟ କରିଥିଲେ। ଏହାପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଆଉ ଏଭଳି ନକରିବାକୁ ଲିଖିତ ପ୍ରତିଶ୍ରୁତି ଦେଇ ପିଲାଟିକୁ ଘରକୁ ନେଇଥିବା ଜଣାପଡ଼ିଛି ।

Advertisment

ପୂର୍ବରୁ ଗତ ଜୁନ ମାସରେ ବାଲେଶ୍ୱର ନିକଟ ଦୀଘା ସମୁଦ୍ର କୂଳରେ ମଧ୍ୟ କାର ଭିତରେ ପିଲାକୁ ଛାଡ଼ି ସମୁଦ୍ରକୁ ଗାଧୋଇବାରୁ ଯାଇଥିଲେ ବାପାମାଆ।  ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ ପିଲାଟିକୁ କାର ଭିତରୁ ଉଦ୍ଧାର କରିଥିଲେ।

Advertisment
Advertisment