Advertisment

ଏମାର ମଠ ଉଚ୍ଛେଦକୁ ନେଇ ମହନ୍ତଙ୍କ ଅସନ୍ତୋଷ

ପୁରୀ  : ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତଙ୍କ ଅସନ୍ତୋଷ । ତାଙ୍କ ବିନା ଅନୁମତିରେ ମଠ  ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ସେ ଲାଇବ୍ରେରୀର ନବୀକରଣ କରିଥିଲେ। ସେହିପରି ଏହା ଅସୁରକ୍ଷିତ ନଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ଓଟିଭିକୁ କହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜଦାସ। ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ […]

author-image
Pradesh Pratyush
ଏମାର ମଠ ଉଚ୍ଛେଦକୁ ନେଇ ମହନ୍ତଙ୍କ ଅସନ୍ତୋଷ

mahanta

ପୁରୀ  : ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତଙ୍କ ଅସନ୍ତୋଷ । ତାଙ୍କ ବିନା ଅନୁମତିରେ ମଠ  ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି।

Advertisment

କିଛି ଦିନ ତଳେ ସେ ଲାଇବ୍ରେରୀର ନବୀକରଣ କରିଥିଲେ। ସେହିପରି ଏହା ଅସୁରକ୍ଷିତ ନଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ଓଟିଭିକୁ କହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜଦାସ।

ମଠ ଭିତରେ ଥିବା ଅସୁରକ୍ଷିତ ଓ ଅବ୍ୟବହୃତ ଘରଗୁଡିକୁ ଭାଙ୍ଗି ଦେବାକୁ ପ୍ରଶାସନ ସହ ତାଙ୍କର ଆଲୋଚନା ହୋଇଥିଲା।  ଜନସାଧାରଣଙ୍କ କାମରେ ଆସିବ ଭାବି ସେ ଅନୁମତି ଦେଇଥିବା ମହନ୍ତ କହିଛନ୍ତି। ଅନ୍ୟପକ୍ଷରେ ସେ ମଠ ଭିତରେ ମୌନ ବ୍ରତରେ ବସିଥିବା ଖବରକୁ ମହନ୍ତ ଖଣ୍ଡନ କରିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତିନିଧି ବାରଣ କରାଯିବା ଖବରରେ ମଧ୍ୟ ସତ୍ୟତା ନଥିବା ସେ କହିଛନ୍ତି।

Advertisment

ଏପଟେ ଆଜି ମଧ୍ୟ ଜାରି ରହିଛି ପୁରୀ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା।  ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଇଛି।  ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ଭଙ୍ଗାଯାଉଛି। ମଠର କିଛି ଅଂଶରେ ହୋଇଥିବା ଖଜା ଦୋକାନକୁ ମଧ୍ୟ ଭଙ୍ଗା ଯାଇଛି। ମଠ ଭିତରକୁ କାହାକୁ ଛଡ଼ା ଯାଉନାହିଁ।

ସେପଟେ ମଠ ପରିସରରେ ବହୁ କୋଠା ବିପଦ ସଂକୁଳ ଅବସ୍ଥାରେ ଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଚ୍ଛେଦ ଚାଲିଛି। ଗତକାଲି ରାତିରୁ ୩୦ ପ୍ଲାଟୁନ ଫୋର୍ସ ଆସି ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଥିବା ଏମାର ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଥିଲା କିଛି ଗୁପ୍ତ କୋଠରୀଯ  ଉପର ତଳ ହୋଇ ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଥିବା ଜଣାପଡ଼ିଥିଲା।

Advertisment
Advertisment