/odishatv-khabar/media/post_attachments/uploadimage/library/16_9/16_9_0/sushil-loani_1625174897.jpg)
sushil-loani
ବାଲେଶ୍ୱର: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବାଲେଶ୍ୱର ଓ ଜଗତସିଂହପୁର ଗସ୍ତ ସହ ଦୁଇ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ହୋଇଛି। ବୈଠକରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ ପୂର୍ବକ ସୁରକ୍ଷିତ ଭୋଟଦାନ ଉପରେ ଗୁରୁତ୍ୱ ଦିଆଯାଇଛି।
Advertisment
ବାଲେଶ୍ୱରର ସବୁ ବୁଥ୍ରେ ଭୋଟରଙ୍କ ତାପମାନ ଯାଞ୍ଚ ଲାଗି ବ୍ୟବସ୍ଥା କରିବା ସହିତ ଶରୀରର ତାପମାନ ଅଧିକ ଦେଖାଇଲେ ଦ୍ୱିତୀୟ ଥର ଯାଞ୍ଚ କରାଯିବ। ୨ୟ ଥରରୁ ଅଧିକ ଥର ତାପମାତ୍ରା ଦେଖାଇଲେ ସଂପୃକ୍ତ ଭୋଟର ଅପରାହ୍ନ ୫ଟାରେ ଭୋଟ ଦେବେ ବୋଲି ସୂଚନା ମିଳିଛି। ସେହିପରି ପୋଲିଂ ପାର୍ଟି ସଦସ୍ୟ କୋଭିଡ୍ କିଟ୍ ପିନ୍ଧି ସଂପୃକ୍ତ ଭୋଟରଙ୍କ ମତଦାନ କରାଇବେ ବୋଲି ନିଷ୍ପତ୍ତି ହୋଇଛି।
ବାଲେଶ୍ୱର ପରେ ଜଗତସିଂହପୁର ଯାଇ ଉପନିର୍ବାଚନ ସମୀକ୍ଷା କରିଥିଲେ ସିଇଓ ସୁଶୀଲ ଲୋହାନୀ। ପୋଷ୍ଟାଲ ବାଲାଟ ମତଦାନ ସଂଗ୍ରହ ବେଳେ ସ୍ୱଚ୍ଛତା ଓ ଗୋପନୀୟତା ଲାଗି ସେ ପରାମର୍ଶ ଦେଇଛନ୍ତି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)