Advertisment

ସହିଦ ସୁବାସ ନାୟକଙ୍କୁ ଝୁରୁଛି ଜନ୍ମମାଟି : ଛାତି ଫଟାଇ କାନ୍ଦୁଛି ମା’

ଓଡିଆ ଯବାନ୍ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପୈତୃକ ଗାଁରେ ଶୋକାକୁଳ ପରିବେଶ ନକ୍ସଲ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ସୁବାସ ବିଜାପୁର ନକ୍ସଲ ଅପରେସନରେ ସହିଦ ହୋଇଥିଲେ ୨୨ ଯବାନ କୋକସରା : ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ ମୋର ସବୁଦିନ ପାଇଁ ଚାଲିଗଲା ବାବୁ । ଘରୁ କାମକୁ ଫେରିବା ବେଳେ ମୋ ପୁଅ ମୋତେ ମୁଣ୍ଡିଆ ମାରି ଯାଇଥିଲା । ଛୁଆଙ୍କୁ ବାଏ ବାଏ […]

author-image
Prangyan Parimita
ସହିଦ ସୁବାସ ନାୟକଙ୍କୁ ଝୁରୁଛି ଜନ୍ମମାଟି : ଛାତି ଫଟାଇ କାନ୍ଦୁଛି ମା’

chhatisgad-naxal

Advertisment

କୋକସରା :ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ ମୋର ସବୁଦିନ ପାଇଁ ଚାଲିଗଲା ବାବୁ । ଘରୁ କାମକୁ ଫେରିବା ବେଳେ ମୋ ପୁଅ ମୋତେ ମୁଣ୍ଡିଆ ମାରି ଯାଇଥିଲା । ଛୁଆଙ୍କୁ ବାଏ ବାଏ ବିଟୁ କହି ଯାଇଥିଲା । ଗଲା ଯେ ଏପରି ଗଲା ଆଉ ଫେରିଲାନି । ଯେତେ ଜଙ୍ଗଲରେ ଥିଲେ ବି ମାଆ ମୁଁ ଭଲରେ ଅଛି ବୋଲି କହେ ।

ଏକ ମାତ୍ର ରୋଜଗାରିଅ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ମା’ ।  କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବାର । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ସହିଦ ହୋଇଥିବା ଓଡିଆ ଯବାନ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।  ସୁବାସଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାର ବ୍ଲକର ଧନସରା ଗାଁରେ । ସାହସୀ ସୁବାସ ସହିଦ ହେବା ଜଣାପଡିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Advertisment

ସୁବାସ ପାଠପଢା ପରେ ୨୦୧୯ରେ ଡିଆରଜି ଯବାନ ଭାବେ ଯୋଗଦେଇଥିଲେ । ପ୍ରଥମେ ଏସ୍ଓପି ଭାବେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲେ । ବାସାଗୁଡାରେ ହୋଇଥିବା ନକ୍ସଲ ହମଲାରେ ବୀରତ୍ୱର ସହ ଲଢିବା ପରେ ତାଙ୍କୁ ଏସଟିଏଫରେ ନିଆଯାଇଥିଲା ।  ସେ ଅନେକ ନକ୍ସଲ ଅପରେସନରେ ସାମିଲ ହୋଇଛନ୍ତି ।  ଶେଷ ପର୍ଯ୍ୟନ୍ତ ଦୃଢତାର ସହ ସେ ନକ୍ସଲଙ୍କ ବିପକ୍ଷରେ ଲଢିଥିଲେ ବିଜାପୁରରେ ନକ୍ସଲଙ୍କ ସହ ମୁକାବିଲା କରିବା ପରେ ସେ ସହିଦ ହୋଇଥିଲେ ।

ସେପଟେ ସୁକମାରେ ମାଓବାଦୀଙ୍କ ସହ ଲଢି ସହିଦ ହୋଇଥିବା ବୀର ଯବାନ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବାସ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।  ଦେଶ ମାତୃକା ସେବା ପାଇଁ ବୀର ଯବାନଙ୍କ ସୌର୍ଯ୍ୟ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି  ।

ଅନ୍ୟପଟେ ବନ୍ଧକ ଥିବା ଜଣେ ଯବାନଙ୍କୁ ଛାଡ଼ିବାକୁ ମଧ୍ୟସ୍ଥ ମାଗିଛନ୍ତି ନକ୍ସଲ ।  ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ୱୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରନ୍ତୁ । ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ ଫେରାଇଦେବୁ । ସେ ପର୍ଯ୍ୟନ୍ତ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ ବୋଲି ବିକଳ୍ପ କହିଛନ୍ତି ।

ସୂଚନାଯୋଗ୍ୟ ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ତେବେ ଏହି ଆକ୍ରମଣରେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା ମିଳୁନଥିଲା। ତେବେ ଯବାନ ଜଣକ ମାଓବାଦୀଙ୍କ କବ୍‌ଜାରେ ଥିବା ପରିବାର ଲୋକ କହୁଥିଲେ। ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍ ।

Indian Army Bijapur Attack Martyrs Bijapur Naxal Attack
Advertisment
Advertisment