Advertisment

ରଥଯାତ୍ରା ପାଇଁ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରବିବାର ଛତିଶାନିଯୋଗ ବୈଠକ ବସି ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହୋଇଥିଲା। ଜୁଲାଇ ୪ରେ ରଥଯାତ୍ରା ଓ ୧୨ ତାରିଖରେ ବାହୁଡ଼ା ଯାତ୍ରା ହେବାକୁ ଥିବା ବେଳେ ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁନାବେଶ ହେବ। ନୀଳାଦ୍ରି […]

author-image
Otv Khabar Bureau
ରଥଯାତ୍ରା ପାଇଁ ଛତିଶା ନିଯୋଗ ବୈଠକ

Puri-Jagannath

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରବିବାର ଛତିଶାନିଯୋଗ ବୈଠକ ବସି ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହୋଇଥିଲା।

Advertisment

ଜୁଲାଇ ୪ରେ ରଥଯାତ୍ରା ଓ ୧୨ ତାରିଖରେ ବାହୁଡ଼ା ଯାତ୍ରା ହେବାକୁ ଥିବା ବେଳେ ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁନାବେଶ ହେବ।
ନୀଳାଦ୍ରି ବିଜେ ଦିନ ୪ଟାରେ ପହଣ୍ଡି କରାଯିବ। ରାତ୍ରପହୁଡ଼ ସହ ପର ଦିନ ମଧ୍ୟାହ୍ନ ଧୂପ ପରେ ଗ୍ରହଣ ପଡ଼ୁଥିବାରୁ ନୀତିକାନ୍ତି ବନ୍ଦ ରହିବ। ଦେବସ୍ନାନ ପୂର୍ଣ୍ଣିମା ଜଳଲାଗିରେ ନିର୍ଦ୍ଦିଷ୍ଟ ସେବାୟତ ଶ୍ରୀଜୀଉଙ୍କ ନୀତି କରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ହାତୀବେଶ ନିଖୁଣ ଭାବେ ହସ୍ତାନ୍ତର କଲେ ପାଳିଆ ସେବାୟତ ପୁରସ୍କୃତ ହେବେ। ହାତୀବେଶରେ ତ୍ରୁଟି ହେଲେ ପାଳିଆ ସେବାୟତ ପୁରସ୍କାରରୁ ବଞ୍ଚିତ ହେବେ। ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।

Advertisment
Advertisment
Advertisment