Ratha Sarathi
ପୁରୀ: ଆଉ ମାତ୍ର କେଇଟା ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ବଡଦାଣ୍ଡରେ ଘର୍ ଘର୍ ନାଦ କରି ଗଡିବ ତିନିରଥ ଭକ୍ତଙ୍କୁ ଆହ୍ଳାଦିତ କରିବା ପାଇଁ ବଡଦାଣ୍ଡକୁ ଓହ୍ଳାଇ ଆସି ତିନିରଥରେ ବିରାଜମାନ କରିବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ । ଗୋଟିଏ ପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ କାମ ମଧ୍ୟ ଜୋରସେରରେ ଆଗେଇ ଚାଲିଛି । ତିନିରଥର ର୍ନିମାଣ କାର୍ଯ୍ୟ ପ୍ରାୟ ୯୦ପ୍ରତିଶତ ଶେଷ ହୋଇଥିବା ବେଳେ ପାରାଭାଡ଼ି ଉଠି ଖପୁରୀ ବସିସାରିଛି । ଏହାପରେ ସିଂହାସନ ଓ ପ୍ରଭା ର୍ନିମାଣ କାର୍ଯ୍ୟ ଆଗେଇ ନେଉଛନ୍ତି ମହାରଣା ସେବାୟତ । ଚିତ୍ରକାର ମାନେ ରଥର ସାରଥୀ,ଦୁଆରବେଢା, କଳସ, ଖପୁରୀ ଓ ପାର୍ଶ୍ୱ ଦବାଦେବୀଙ୍କ ରଙ୍ଗ କାମ କରୁଛନ୍ତି ।
ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଗୋଟଏ ପଟେ ସେବାୟତଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ରଥଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କୁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଓ ସାନିଟାଇଜ ଦିଆଯାଇଛି ।
ତେବେ ଗତଥର ଭଳି ଏଥର ବି ରଥକୁ ଟାଣିବେ ସେବାୟତ ଓ ପୋଲିସ୍ । ରଥଯାତ୍ରାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯୁବକଙ୍କଠୁ ଆରମ୍ଭ କରି ବରିଷ୍ଠ ସେବାୟତ ସମସ୍ତେ ବଡ଼ଦାଣ୍ଡରେ ରଥ ଟାଣିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାହା ଗାଇଡଲାଇନ୍ ଜାରି ହେବ ତାକୁ ପାଳନ କରାଯିବ । ଶ୍ରୀଅଙ୍ଗକୁ ସୁରକ୍ଷାଠୁ ଆରମ୍ଭ କରି ରଥ ଟାଣିବା ଯାଏଁ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପାଳନ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଏନେଇ ବରିଷ୍ଠ ସେବାୟତମାନେ ଆଲୋଚନା ମଧ୍ୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error998_1625142722.jpg)