Advertisment

ପୁରୀ ଗଣଦୁଷ୍କର୍ମ ମାମଲାକୁ ନେଇ ତନାଘନା

ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ […]

author-image
Pradesh Pratyush
ପୁରୀ ଗଣଦୁଷ୍କର୍ମ ମାମଲାକୁ ନେଇ ତନାଘନା

rape in puri

ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ ମିଳିବା ନେଇ ଅନ୍ତରୀଣ ଡିଜିପି ପ୍ରତିଶ୍ରୁତି ଦେଇଥିବାବେଳେ ୨୦ଦିନ ଭିତରେ ଚାର୍ଜସିଟ୍ ଦାଖଲ ଉଦ୍ୟମ ହେବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି।

Advertisment

ଗତକାଲି ଅପରାହ୍ନରେ ଦୁଷ୍କର୍ମର ଶିକାର ପୀଡ଼ିତାଙ୍କ ଏତଲା ପରେ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ଜୀତେନ୍ଦ୍ର ସେଠୀ ଓ ସହଯୋଗୀ ରାଜେଶ ସେଠୀ । ଆଉ ୨ଜଣଙ୍କୁ ଠାବ ପାଇଁ ଚାଲିଛି ତନାଘନା । ଅନ୍ତରୀଣ ଡିଜିପି ସତ୍ୟଜିତ୍ ମହାନ୍ତି କହିଛନ୍ତି ପୀଡ଼ିତା ନ୍ୟାୟ ପାଇବ। ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି। ସେହିପରି ୨୦ ଦିନ ଭିତରେ ମାମଲାର ଚାର୍ଜସିଟ୍ କରିବାକୁ ବ୍ୟବସ୍ଥା ହେଉଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ । କହିଛନ୍ତି ମାମଲାକୁ ସ୍ପେଶାଲ କେସ୍ ଭାବେ ଗ୍ରହଣ କରାଯାଇଛି ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ଲାଗି ନିବେଦନ କରାଯିବ । ତେବେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଚାକିରିରେ ନଥାଇ ବି ପୁଲିସ ପରିଚୟପତ୍ର ବ୍ୟବହାର କରିଥିବାରୁ ଏହା ଆଉ ଏକ ଅପରାଧ ଭାବେ ବିବେଚନା କରାଯାଇ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଡିଆଇଜି । ସେପଟେ ଆଜି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି।

ପୁଲିସ ପରିଚୟ ଦେଇ ଯୁବତୀଙ୍କୁ କାରରେ ବସାଇ ପୁରୀର ଏହି ପୁଲିସ କ୍ୱାର୍ଟର୍ସକୁ ନେଇ ଆସିଥିଲା ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ। ଝାଡ଼େଶ୍ୱରୀ କ୍ଲବ୍ ନିକଟ ସରକାରୀ କ୍ୱାର୍ଟର୍ସରେ ଅନ୍ୟ ଜଣେ ସହଯୋଗୀ ସହ ମିଶି କରିଥିଲା ଦୁଷ୍କର୍ମ । ଦୁଇ ଜଣ ସାଥୀ ବାହାରୁ କବାଟ ଦେଇ ପଳାଇ ଥିଲେ। ଠିକ୍ ଜଣାପଡୁଛି ଘରଟି କୌଣସି ପରିତ୍ୟକ୍ତ କି ନିଛାଟିଆ ସ୍ଥାନରେ ନାହିଁ ।  ତେଣୁ ଏଠି ପ୍ରଶ୍ନ-ସବୁବେଳେ ଗହଳି ଚହଳି ଲାଗି ରହୁଥିବା ରିଜର୍ଭ ପୁଲିସ ଲାଇନ୍‌ରେ ଏ କ୍ୱାର୍ଟରରେ ଏ ପ୍ରକାର ଜଘନ୍ୟ କାଣ୍ଡ ସଂପର୍କରେ କେହି କିଛି ଜାଣି ପାରିଲେନି କେମିତି ? ତା’ସହ ଯୁବତୀଙ୍କୁ ଆଣିଥିବା କାର୍ ଗଲା କୁଆଡ଼େ ? ତେଣୁ ପୂରା ଘଟଣା ଆକସ୍ମିକ ଥିଲା ନା ଯୋଜନାବଦ୍ଧ ତାକୁ ନେଇ ବି ସନ୍ଦେହ ବଢିଥିବାବେଳେ ପୁରୀବାସୀ କିନ୍ତୁ ଧର୍ମସ୍ଥାନରେ ଏଭଳି ଅଧର୍ମ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି।

Advertisment
Advertisment
Advertisment