exam
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷାକୁ ନେଇ ଆସିଲା ଏସ୍ଓପି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ।
ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବି ପରୀକ୍ଷା ପାଇଁ ଅନୁମତି ମିଳିବନି। ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବେ। ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ନେଇ ବି ସ୍ୱତନ୍ତ୍ର ବ୍ୟବସ୍ଥା ହେବ।
ପ୍ରଶ୍ନ ଓ ଉତ୍ତର ଖାତାକୁ ଧରିବା ପୂର୍ବରୁ ହାତ ସାନିଟାଇଜ୍ କରାଯିବ। ଏହାକୁ ଛାତ୍ରଛାତ୍ରୀଙ୍କୁ ଦିଆଯିବା ପୂର୍ବରୁ ଓ ଏହାକୁ ଗ୍ରହଣ କରିବା ବେଳେ ଉଭୟ ସମୟରେ ସାନିଟାଇଜ୍ ବାଧ୍ୟତାମୂଳକ ରହିବ। କରୋନା ମୁକାବିଲା ଭିତରେ ଦେଶରେ ଆରମ୍ଭ ହୋଇଛି ପରୀକ୍ଷା। ପ୍ରଥମ ପର୍ଯ୍ୟାୟରେ ଜେଇଇ ମେନ୍ ଏବଂ ନିଟ୍ ଆରମ୍ଭ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ଓ କଲେଜ୍ରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/exam_1625362803.jpg)