Advertisment

ୟଶ‌୍‍ ମିଶ୍ରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ‌୍‍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ‌୍‍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ୟଶ‌୍‍ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ନାସାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର […]

author-image
Pradesh Pratyush
ୟଶ‌୍‍ ମିଶ୍ରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୋଈସାଲେଈଓ

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ‌୍‍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ‌୍‍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

Advertisment

ଏହି ଅବସରରେ ୟଶ‌୍‍ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ନାସାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର ଗଣିତ ବିଶାରଦ ରୂପେ ପୁରସ୍କୃତ ହୋଇ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ଓଡ଼ିଶାର ଗର୍ବ ଓ ଗୌରବ।

ଉଲ୍ଲେଖନୀୟ ଯେ, ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୟଶ ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଗଣିତ ଓ ବିଜ୍ଞାନ ବିଭାଗରେ ରଚନା, ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତାରେ ୪୦୦ଟି ପୁରସ୍କାର ଜିତି ସାରିଛନ୍ତି। ଏଥିସହ ୨୦୦ ପଦକ ହାସଲ କରିବାରେ ମଧ୍ୟ ସଫଳ ହୋଇଛନ୍ତି। ସିଙ୍ଗାପୁର ଏସିଆନ‌୍‍ ଗଣିତ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବାର କୃତିତ୍ୱ ଅର୍ଜନ କରିଛନ୍ତି।

Advertisment
Advertisment
Advertisment