/odishatv-khabar/media/post_attachments/uploadimage/library/16_9/16_9_0/chata_1626696601.jpg)
chata
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ଅଘଟଣ ଘଟିଯାଇଛି । ରୋଗୀ ୱାର୍ଡର ଛାତରୁ ସିମେଣ୍ଟ ଖଣ୍ଡ ଖସିପଡ଼ିଛି। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ପଡ଼ିଥିବା ବେଳେ ଆଉ ଜଣେ ବୃଦ୍ଧଙ୍କ ଗୋଡ଼ରେ ତାହା ପଡ଼ିଛି ।
Advertisment
ମାନସିକ ରୋଗ ବିଭାଗର ଓପିଡି ନିକଟରେ ଛାତର ସିଲିଂ ଓ ସିମେଣ୍ଟ ଅତଡ଼ା ଖସି ପଡ଼ିଥିଲା । ଏହି ବିଲ୍ଡିଂଟି ପୁରୁଣା ଥିଲା ଏବଂ ଛାତ ଖରାପ ହୋଇଯାଇଥିଲା। ମରାମତି କରାଯାଇ ନ ଥିବାରୁ ଆଜି ବଡ ବଡ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଥିଲା।
ଆଜି ଘଟିଥିବା ଏହି ଅଘଟଣ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଲ୍ଡିଂର ଯାଞ୍ଚ ସହିତ ଓପିଡିକୁ ସ୍ଥାନାନ୍ତର କରାଯିବ ବୋଲି ମାନସିକ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)