Advertisment

Swachh Sabari Vehicle Accident: ସିସିଟିଭି ଦୃଶ୍ୟ; ମାଡ଼ିଗଲା ସ୍ୱଚ୍ଛ ସବାରୀ ଗାଡି

ସାମ୍ନାକୁ ଆସିଲା ସ୍ୱଚ୍ଛ ସବାରୀ ଗାଡ଼ି ଦୁର୍ଘଟଣାର ଚିତ୍ର। ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣାର ଦୃଶ୍ୟ। ଗତ ୨୪ ତାରିଖରେ ପୁରୀରେ ଘଟିଥିଲା ଦୁର୍ଘଟଣା। ରେଡ୍ କ୍ରସ୍ ରୋଡ୍ ଅଞ୍ଚଳରେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ଗାଡ଼ି।

author-image
Pramod Behera
Swachh Sabari Vehicle Accident

ସିସିଟିଭି ଦୃଶ୍ୟ; ମାଡ଼ିଗଲା ସ୍ୱଚ୍ଛ ସବାରୀ ଗାଡି Photograph: (OTV)

ସାମ୍ନାକୁ ଆସିଲା ପୁରୀରେ ସ୍ୱଚ୍ଛ ସବାରୀ ଗାଡ଼ି ଦୁର୍ଘଟଣାର ସିସିଟିଭି ଚିତ୍ର। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଚିତ୍ର ଏବେ ଦୁର୍ଘଟଣାର ସତକୁ ପଦାକୁ ଆଣିଛି। ଗତ ୨୪ ତାରିଖରେ ରେଡ୍ କ୍ରସ୍ ରୋଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। 

Advertisment

ଦୁର୍ଘଟଣାରେ ଆହତ ବ୍ୟକ୍ତି ଜଣକ ଏବେ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨୪ ତାରିଖ ସକାଳେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ମନୋରଞ୍ଜନ ଦାଶ ଚାଲିବା ପାଇଁ ବାହାରିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା ସ୍ୱଚ୍ଛ ସବାରୀ ଗାଡ଼ି।

Viral Video CCTV Odisha News
Advertisment
Advertisment