Advertisment

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରୁଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଉଛି ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ […]

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

bibn

Advertisment

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରୁଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି।

Advertisment

କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଉଛି ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ ସେଠାକୁ ନେଇ ଛାନଭିନ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ।

ଗତକାଲି ବିବନକୁ ଦୁଇଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ୍। ଆଉ ଆଜି ରିମାଣ୍ଡର ଶେଷ ଦିନ। ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ବାହାର କରୁଛି ସିବିଆଇ। ସେହିଭଳି ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ? ଏସବୁ ଦିଗକୁ ଫୋକସ୍‌ରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରୁଛି ସିବିଆଇ।

Advertisment

ସିବିଆଇର ସିନ୍ ରିକ୍ରିଏସନ୍ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜନା ମିଶ୍ର।  ସିବିଆଇ ଷଡ଼ଯନ୍ତ୍ର ଦିଗ ପଦାକୁ ଆଣୁ ଓ ଏହାର ସମାଧାନ କରିବା ଉଚିତ୍ ବୋଲି ଅଞ୍ଜନା କହିଛନ୍ତି। ବିବନକୁ ଫେରାର କରିବାରେ କିଏ ସାହାଯ୍ୟ କରିଥିଲା ?  କିଏ ସୁରକ୍ଷା ଦେଇ ତାକୁ ରଖିଥିଲା ଏସବୁ କଥା ପଦାକୁ ଆସିବା ଦରକାର ସେ କହିଛନ୍ତି।

ପଛରେ ଷଡ଼ଯନ୍ତ୍ର ଥିବା ଇଙ୍ଗିତ କରିବା ସହ ଏସବୁ ତଥ୍ୟ ସାମ୍ନାକୁ ଆସୁ ବୋଲି ଅଞ୍ଜନା ଦାବି ଉଠାଇଥିଲେ। ବୁଧବାର ଝାରପଡ଼ା ଜେଲ୍‌ରେ ହୋଇଥିବା ଟିଆଇ ପରେଡ୍‌ରେ ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା ମିଶ୍ର। ଘଟଣା ଦିନ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର ମଧ୍ୟ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍ ହୋଇଥିଲା। ସେ ମଧ୍ୟ ବିବନକୁ ଚିହ୍ନଟ କରିଥିବା ସୂଚନା ମିଳିଛି।

Advertisment

ସୂଚନା ଥାଉକି, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି  ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର୍ ହୋଇଯାଇଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା।  ପରିଚୟ ପତ୍ର, ଆଧାର କାର୍ଡ, ପାସ୍‌ବୁକ୍ ଜଳନ୍ଧର ନାଁରେ କରିଥିଲା।

ବିବନକୁ ଧରିବା ପାଇଁ ୩ ମାସ ତଳେ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ୍। ଯାହା ସିବିଆଇ କରିପାରି ନଥିଲା, ତାହା ଆମେ ତାହା କରି ସଫଳ ହୋଇଥିଲୁ ବୋଲି ପୋଲିସ କମିଶରନ ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ତେବେ ମାମଲାର ଅନ୍ୟତମ ଅଭିଯୁକ୍ତ ପ୍ରଦୀପ ସାହୁର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ଜଣେ ଦୋଷୀ ବୀରେନ୍ଦ୍ର ମହାନ୍ତି ବର୍ତ୍ତମାନ ଚୌଦ୍ୱାର ଜେଲରେ ଅଛିି।

କ'ଣ ଥିଲା ସେଦିନର ଘଟଣା ?

୧୯୯୯ରେ ଓଡ଼ିଶାରେ ଏହି ହାଇ ପ୍ରୋଫାଇଲ୍ ବଳାତ୍କାର ମାମଲା ହୋଇଥିଲା। ଜଣେ ଭାରତୀୟ ଜଙ୍ଗଲ ସେବା ଅଧିକାରୀଙ୍କ ପତ୍ନୀ  ୧୯୯୯ ଜାନୁଆରୀ ୯ ତାରିଖ  ରାତ୍ରିରେ ନିଜ ସାମ୍ବାଦିକ ବନ୍ଧୁଙ୍କ ସହିତ କାରରେ ଯାଉଥିଲେ।  ତିନିଜଣ ଦୁର୍ବୁତ୍ତ ମହିଳାଙ୍କୁ କଟକ ବାରଙ୍ଗ ନିକଟରେ ତାଙ୍କ ବନ୍ଧୁଙ୍କ ସାମ୍ନାରେ ବଳାତ୍କାର କରିଥିଲେ । ସେହିବର୍ଷ ୨୬ ଜାନୁଆରୀରେ ଦୁଇଜଣ ଦୋଷୀଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇଥିଲା।

ଏହି ମାମଲାର ଅନୁସନ୍ଧାନ ପାଇଁ ୨୬ ଫେବ୍ରୁଆରୀ ୧୯୯୯ରେ ଓଡ଼ିଶା ହାଇକୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେବା ପରେ ଏହି ମାମଲା ଦାୟର କରିଥିଲେ। ସିବିଆଇ ଏହାର ଚାର୍ଜସିଟ୍ ୫ ମେ’ ୧୯୯୯ରେ ଦାଖଲ କରିଥିଲା।

୨୦୦୨ ମସିହା ଏପ୍ରିଲ ୨୯ ତାରିଖ ଏହି ମାମଲାର ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଦୀପ ସାହୁ  ଓରଫ ପଦିଆ ଏବଂ ଧୀରେନ୍ଦ୍ର ମହାନ୍ତିକୁ ୫୦୦୦ ଟଙ୍କା ଜରିମାନା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ। କିନ୍ତୁ ମୁଖ୍ୟ ଆସାମୀ ବିବନ ବିଶ୍ୱାଳ ଫେରାର ଥିଲା।

ସୂଚନାଥାଉ କି, ୧୯୯୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।  ଏହି ମାମଲା ତତ୍କାଳୀନ ଶାସକ କଂଗ୍ରେସ  ଦଳର ଭାବମୂର୍ତ୍ତିକୁ ନଷ୍ଟ କରିଥିଲା । ଏହି ଘଟଣାରେ ବିରୋଧୀଙ୍କ ଦାବି ପରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜାନକୀଙ୍କୁ ହଟାଇ ଗିରିଧର ଗମାଙ୍ଗଙ୍କୁ ଦାୟିତ୍ୱ ଦେଇଥିଲେ ସୋନିଆ ଗାନ୍ଧି।

Anjana Mishra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ