Advertisment

ଅଞ୍ଜନା ମାମଲା: TI ପରେଡ ପାଇଁ ଆବେଦନ କଲା ସିବିଆଇ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ ହୋଇଛି। ସିବିଆଇ କୋଲକାତା ପକ୍ଷରୁ TI ପରେଡ୍ ପାଇଁ ସିବିଆଇର ସ୍ପେଶାଲ CJM କୋର୍ଟରେ ଆବେଦନ କରାଯାଇଛି। ବିବନକୁ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇର ଆବେଦନ କରିଛି।  ୫ ଦିନ ରିମାଣ୍ଡରେ ନେବାପାଇଁ ସିବିଆଇ ଆବେଦନ କରିଛି। ତେବେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ […]

ଅଞ୍ଜନା ମାମଲା: TI ପରେଡ ପାଇଁ ଆବେଦନ କଲା ସିବିଆଇ

BIOBAN

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ ହୋଇଛି। ସିବିଆଇ କୋଲକାତା ପକ୍ଷରୁ TI ପରେଡ୍ ପାଇଁ ସିବିଆଇର ସ୍ପେଶାଲ CJM କୋର୍ଟରେ ଆବେଦନ କରାଯାଇଛି। ବିବନକୁ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇର ଆବେଦନ କରିଛି।  ୫ ଦିନ ରିମାଣ୍ଡରେ ନେବାପାଇଁ ସିବିଆଇ ଆବେଦନ କରିଛି। ତେବେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ସିବିଆଇର ସ୍ପେଶାଲ ଜଜ୍ TI ପରେଡ୍ ଲାଗି ଅନୁମତି ଦେଇଛନ୍ତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି ଝାରପଡ଼ା ଜେଲ୍ ପରିସରରେ ବିବନ୍‌ର TI ପରେଡ୍ କରିବେ ବୋଲି ଜଣାଯାଇଛି।  ଏହାସହ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ।

Advertisment

TI ପରେଡ ପାଇଁ ସିବିଆଇର ଆବେଦନ ପରେ ଅଞ୍ଜନା କହିଛନ୍ତି ଯେ- ୨୨ ବର୍ଷ ପରେ TI ପରେଡ୍‌ରେ ବିବନକୁ ଚିହ୍ନିବି। କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ। ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ। ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ଥିଲା ବିବନ, ତାହା ତଦନ୍ତ ହେଉ। ଘଟଣା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସାମ୍ନାକୁ ସିବିଆଇ ସାମ୍ନାକୁ ଆଣୁ ବୋଲି ଅଞ୍ଜନା କହିଛନ୍ତି।

Anjana Mishra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ