Advertisment

Puri Rath Yatra 2020:କ୍ୟାବିନେଟ୍‌ ନିଷ୍ପତ୍ତି; ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିରେ ମଞ୍ଜୁରୀ ଲାଭ କରିଥିଲା। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ […]

author-image
Abinash Pati
Puri Rath Yatra 2020:କ୍ୟାବିନେଟ୍‌ ନିଷ୍ପତ୍ତି; ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

cabinat

ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିରେ ମଞ୍ଜୁରୀ ଲାଭ କରିଥିଲା। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ ସହିଦ୍‌ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ହୋଇଥିଲା।

ରଥଯାତ୍ରା ବନ୍ଦ ହେବା ପରେ ସରକାରଙ୍କୁ ଘେରିଛି ବିରୋଧୀ। ସରକାର ଡାଇରେକ୍ଟ ନ କରି ଇନ୍‌ଡାଇରେକ୍ଟ ସୁପ୍ରିମକୋର୍ଟର ଆଳ ଦେଖାଇ ରଥଯାତ୍ରା ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେହିଭଳି କଂଗ୍ରେସ ବିଧାୟକ ତାରାବାହିନୀ ପତି ମଧ୍ୟ ସମାନ କଥା କହିଛି।

Advertisment

ଅନ୍ୟପଟେ ରଥଯାତ୍ରା ବନ୍ଦ ନେଇ ସେବାୟତ ଓ ଭକ୍ତଙ୍କ ମନରେ ବି ଦୁଃଖ ଓ ଅସନ୍ତୋଷ ଦେଖାଦେଇଛି। ଏନେଇ ଗତକାଲି ପୁରୀ ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା।

Puri Rath Yatra 2020 Puri Rath Yatra 2020 Update
Advertisment
Advertisment