Advertisment

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ

ଅନୁଗୁଳ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ। ଅନୁଗୁଳ ସଦର ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି। ସୁଶୀଲ ଓ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଅନୁଗୁଳର ଜଣେ ଶିକ୍ଷକ ବଂଶୀଧର ଦେହୁରୀ ଟଙ୍କା କରଜ ନେଇଥିଲେ। ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ବାବଦକୁ ୨୫ ଲକ୍ଷ ଟଙ୍କା ସୁଧ ଆକାରରେ ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଉଦ୍ଧାର ଆଣିବା ପରେ ମାସକୁ ମାସ  ସୁଧ ସହ ଋଣ ଶୁଝୁଥିଲେ ଶିକ୍ଷକ ଜଣକ। ମାତ୍ର […]

author-image
Prangyan Parimita
ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ

arrest

ଅନୁଗୁଳ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ। ଅନୁଗୁଳ ସଦର ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି। ସୁଶୀଲ ଓ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଅନୁଗୁଳର ଜଣେ ଶିକ୍ଷକ ବଂଶୀଧର ଦେହୁରୀ ଟଙ୍କା କରଜ ନେଇଥିଲେ। ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ବାବଦକୁ ୨୫ ଲକ୍ଷ ଟଙ୍କା ସୁଧ ଆକାରରେ ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଉଦ୍ଧାର ଆଣିବା ପରେ ମାସକୁ ମାସ  ସୁଧ ସହ ଋଣ ଶୁଝୁଥିଲେ ଶିକ୍ଷକ ଜଣକ।

Advertisment

ମାତ୍ର କୌଣସି କାରଣବଶତଃ ଗତ ମାସରେ ବ୍ୟକ୍ତି ଜଣକ ସୁଧଅର୍ଥ ଦେଇପାରି ନଥିଲେ। ଫଳରେ ଠିକ ସମୟରେ ଟଙ୍କା ନମିଳିବାରୁ ତାଙ୍କୁ ଧମକଚମକ ଦେବା ସହ ଗାଳି କରିଥିଲେ ସୁଶୀଲ ଓ ତାଙ୍କ ବ୍ୟବସାୟୀ ବନ୍ଧୁ । କେବଳ ଏତିକି ନୁହେଁ ତୁରନ୍ତ ଟଙ୍କା ନଦେବାରୁ ଶିକ୍ଷକଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଟଙ୍କା ଦେବାକୁ ବଂଶୀଧର ଅସମର୍ଥ ହେବାରୁ ତାଙ୍କୁ ଉଠାଇ ନେବା ସହ ପରିବାର ଲୋକଙ୍କୁ ଟଙ୍କା ମଗା ଯାଇଥିଲା।

ଏସମ୍ପର୍କରେ ବଂଶୀଧରଙ୍କ ଝିଅ ଥାନାରେ ଏତଲା ଦେବା ପରେ ଗିରଫ ହୋଇଥିଲେ ସୁଶୀଲ ଅଗ୍ରୱାଲ୍। ପରେ ସେ ଜାମିନରେ ମୁକୁଳିଛନ୍ତି। ପୋଲିସ୍ ବ୍ୟବସାୟୀ ମନୋଜ ଓ ଲାଲମୋହନଙ୍କ ନାଁରେ ମାମଲା ରୁଜୁ କରି ଅଧିକ ଖୋଳତାଡ଼ କରିଛି। ସୁଶୀଲ ଅଗ୍ରୱାଲ ଅନୁଗୋଳ ଜିଲ୍ଲାରେ ଦଳିତ ବର୍ଗର ଶହଶହ ଏକର ଜମି ହଡ଼ପ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।

Advertisment

Advertisment
Advertisment