/odishatv-khabar/media/post_attachments/uploadimage/library/16_9/16_9_0/attack1_1625348627.jpg)
attack1
ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳର ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣଇ ଲୁଟ୍ କରିଛନ୍ତି। ବ୍ୟବସାୟୀଙ୍କ ହାତ, ଗୋଡକୁ ହାଣି ଦେଇଛନ୍ତି ଦୁର୍ବୃତ୍ତ।
Advertisment
ଏହା ସହ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣର ଶିକାର ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ପୋଡଙ୍ଗ ଗାର ନିରଂଜନ ନାୟକ। ବ୍ୟବସାୟୀ ଜଣକ ଭୁବନେଶ୍ୱରରୁ ପରିବା ବେପାର ସାରି ଫେରି ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ପିପିଲି IIC ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)