/odishatv-khabar/media/post_attachments/uploadimage/library/16_9/16_9_0/bus-2_1626685902.jpg)
bus
ବ୍ରହ୍ମପୁର : ନବୀକରଣ ପାଇଁ ଆସନ୍ତା ୨୬ ତାରିଖରୁ ବ୍ରହ୍ମପୁର ବସ୍ଷ୍ଟାଣ୍ଡ ବନ୍ଦ ରହିବ। ମରାମତି କାମ ସରିବା ପର୍ଯ୍ୟନ୍ତ ସମସ୍ତ ବସ୍ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ। ଏନେଇ ବିଡିଏ ନୋଟିସ୍ କରିଛି। ଏହାକୁ ଗଞ୍ଜାମ ବସ୍ ମାଲିକ ସଂଘ ବିରୋଧ କରିଛି। ସେଥିପାଇଁ ଆସନ୍ତାକାଲି ବ୍ରହ୍ମପୁରରୁ କୌଣସି ବସ୍ ଗଡ଼ବ ନାହିଁ ବୋଲି ଧମକ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ସଂପାଦକ ସନ୍ତୋଷ ପତି।
Advertisment
ନୂଆ ରୁଟ୍ ଅନୁସାରେ ବସଗୁଡ଼ିକ ହଳଦିଆପଦର ଓଭରବ୍ରିଜ ଓ ଗୋସାଣି ନୂଆଗାଁ ଓଭରବ୍ରିଜ ରାସ୍ତା ଦେଇ ଚଳାଚଳ କରିବ। ଏହି ରାସ୍ତାରେ ଥିବା ଓଭର ବ୍ରିଜର ଅବସ୍ଥା ଭଲ ନଥିବା ଯୋଗୁଁ ଗାଡ଼ି ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ବସ୍ ରିଟର୍ନ ବେଳେ ଇଞ୍ଜିନିୟରିଂ ସ୍କୁଲ୍ ଛକ- ଗୋପାଳପୁର ଓଭରବ୍ରିଜ ଦେଇ ଯିବ। ଏହି ରାସ୍ତାରେ ସ୍କୁଲ ଓ କଲେଜ ପଡ଼ୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେବ ବୋଲି ଲୋକେ ଅଭିଯୋଗ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)